ଯଶୋବନ୍ତ ପାଢ଼ୀ – ବିଶାଖାପାଟଣା – ୦୭.୧୧.୨୦୨୨- ଗୋଟିଏ ଆଶ୍ଚର୍ଯ୍ୟଜନକ ଓ ଅଜବ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ମନ୍ୟମ ଜିଲ୍ଲାର ପାର୍ବତୀପୁରମ ସହରରେ। ତେବେ ଘଟଣାଟି ହେଉଛି ଓଡ଼ିଶାର କିନ୍ତୁ ପାର୍ବତୀପୁରମ୍ ପୋଲିସ ଦ୍ବାରା ପୋଲିସ ଗାଡ଼ି ଓ ଅଭିଯୁକ୍ତକୁ କାବୁ କରାଯାଇଛି। ସୂଚନା ଅନୁଯାୟୀ ଓଡ଼ିଶା ରାୟଗଡ଼ା ପୋଲିସ ଜିପକୁ ଜଣେ ବ୍ୟକ୍ତି ହାଇଯାକ କରିନେଇଥିଲେ ଏହାର ସୂଚନା ପାଇବା ପରେ ରାୟଗଡ଼ା ପୋଲିସ ପାର୍ବତୀପୁରମ୍ ପୋଲିସ ଦ୍ବାରା ଉଦ୍ଧାର କରିଛି।

ଅଭିଯୁକ୍ତ ଜଣକ କହିଛନ୍ତି ଯେ, ନିଜର ପର୍ସ ଚୋରି ହୋଇଯିବ ସମ୍ପର୍କରେ ମାମଲା ରୁଜୁ କରିବା ପାଇଁ ଥାନାକୁ ଯାଇଥିଲେ କିନ୍ତୁ ପୋଲିସ ଏଥିପ୍ରତି ଦୃଷ୍ଟି ଦେଇନଥିଲେ ଏବଂ ଅଭିଯୋଗ ରୁଜୁ କରିବା ପାଇଁ ରୋକଠକ ମନା କରିବା ପରେ, ଅଭିଯୁକ୍ତ ଜଣକ ପୋଲିସ ଜିପକୁ ହାଇଯାକ କରି ନିଜ ଗ୍ରାମ ଆନ୍ଧ୍ରପ୍ରଦେଶ, ରାଜମହେନ୍ଦ୍ରଭରମ ନେବା ପାଇଁ ଯୋଜନା କରିଥିଲେ।
ଗତକାଲି ସେ ମାତା ମାଝୀଗୌରୀଙ୍କ ଦର୍ଶନ ପରେ ତାହା ନିକଟରୁ ପୋଲିସ ଜିପଟିକୁ ହାଇଯାକ କରିନେଇଥିଲେ। ତେବେ ପାର୍ବତୀପୁରମ ପୋଲିସ ଅଭିଯୁକ୍ତକୁ ଗିରଫ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।
