You are currently viewing କଙ୍କୋରଡା କଲେଜ ରେ ଓଡ଼ିଆ ବିଭାଗ ଜାତୀୟ ସମ୍ପାନ
କଙ୍କୋରଡା କଲେଜ ରେ ଓଡ଼ିଆ ବିଭାଗ ଜାତୀୟ ସମ୍ପାନ

ସାନଖେମୁଣ୍ଡି 16/2 ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ କଙ୍କୋରଡା ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଆଜି ଏକ ଦିବସୀୟ ଜାତୀୟ ସମ୍ପାନ ଅନୁଷ୍ଠିତ ହୋଇଯାଇଛି! କଲେଜ ଅଧ୍ୟକ୍ଷ ଡ଼ ସନ୍ତୋଷ କୁମାର ପାଢ଼ୀଙ୍କ ପୌରାହିତ୍ୟରେ ଆୟୋଜିତ ଉଦଘାଟନୀ ଅଧିବେଶନରେ “ସମକାଳୀନ ଓଡ଼ିଆ ସାହିତ୍ୟରେ ଜୀବନଚିତ୍ର” ଶୀର୍ଷକ ଜାତୀୟ ଆଲୋଚନାଚକ୍ରରେ ମୁଖ୍ୟଅତିଥି ବିଶିଷ୍ଟ ସାହିତ୍ୟିକ ତଥା ପ୍ରକ୍ତନ କଲେଜ ଅଧ୍ୟକ୍ଷ ଡ଼ ସୁରେନ୍ଦ୍ରନାଥ ପାଣିଗ୍ରାହୀ ମୁଖ୍ୟ ଆଲୋଚକ ଆନ୍ଧ୍ରପ୍ରଦେଶ ସାତମପେଟା ସରକାରୀ ସ୍ନାତକ କଲେଜ ଅଧ୍ୟକ୍ଷ ଡ଼ ସୁଶାନ୍ତ ଜେନା ସମ୍ମାନିତ ଅତିଥି ପ୍ରକ୍ତନ ଅଧ୍ୟକ୍ଷ ଡ଼ ହରିକୃଷ୍ଣ ନାୟକ ଅଧ୍ୟାପକ ତଥା ନାଟ୍ୟକାର ଗୋପାଳ ମହାରଣା ଆଇନଜୀବି ତଥା ସାହିତ୍ୟିକ କୁରେସୁ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ!ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ସିଲୁ ମଣ୍ଡଳଙ୍କ ସମ୍ପାଦନାରେ ଉଦଘାଟନୀ ଆଲୋଚନାଚକ୍ରକୁ ଅଧ୍ୟାପକ ସିମାଞ୍ଚଳ ପ୍ରଧାନ ସଂଯୋଜନା କରିଥିଲେ! ଡ଼ ସୁରେନ୍ଦ୍ରନାଥ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଓଡ଼ିଆ କାବ୍ୟ କବିତା, ଗଳ୍ପ ପ୍ରବନ୍ଧ ଉପନ୍ୟାସ ନାଟକରେ ଜୀବନ ଚିତ୍ର ସମ୍ପର୍କିତ ବୈଷୟିକ ଅଧୁବେଶନରେ ଆଲୋଚକ ଭାବେ ଡ଼ ସୁଶାନ୍ତ ଜେନା ପ୍ରବନ୍ଧ ଉପସ୍ଥାପକ ଗବେଷକ ସତ୍ୟନାରାୟଣ ମିଶ୍ର ଗୋପାଳପୁର କଲେଜ ଅଧ୍ୟାପକ ଡ଼ ରାଜେନ୍ଦ୍ର କୁମାର ମହାପାତ୍ର ମୋହନା କଲେଜ ଇଁରାଜି ଅଧ୍ୟାପକ ଡ଼ ପ୍ରଣବାନନ୍ଦ ପାଟ୍ଟଯୋଷୀ ରା଼ୟଗଡା଼ କଲେଜ ଅଧ୍ୟାପକ ସୌଦାଗର ସିୟ ପାଟପୁର କଲେଜ ଅଧ୍ୟାପକ କୁରେସୁ ମହାରଣା ଅଧ୍ୟାପିକା ଡ଼ ବାସନ୍ତି ନାୟକ ଅଧ୍ୟାପକ ଲିଙ୍ଗରାଜ ରଥ ଛାତ୍ରୀ ଆରାଧନା ପାତ୍ର ଶୁଭଶ୍ରୀ ବିଷୋୟୀ ଅଧ୍ୟାପକ ପ୍ରଶାନ୍ତ କୁମାର ପଟନାୟକ ଶିବରାମ ସାହୁ ପ୍ରମୁଖ ବିଷୟ ଶୀର୍ଷକ ପ୍ରବନ୍ଧ ଉପସ୍ଥାପନା କରିଥିଲେ! ଏହି ଅବସରରେ ବିଭାଗ ସ୍ମରଣିକା ସ୍ବର୍ଣ୍ଣପ୍ରଭା ଉନ୍ମୋଚିତ କରାଯାଇଥିଲା!