You are currently viewing ନାଗରିକ ସୁରକ୍ଷା ଓ ଗୃହରକ୍ଷକ ପ୍ରଶଂସା ପଦକ ପାଇଲେ ଗୃହରକ୍ଷୀ ଶିବରଞ୍ଜନ।
ନାଗରିକ ସୁରକ୍ଷା ଓ ଗୃହରକ୍ଷକ ପ୍ରଶଂସା ପଦକ ପାଇଲେ ଗୃହରକ୍ଷୀ ଶିବରଞ୍ଜନ।

ସାନଖେମୁଣ୍ଡି ୨୭/୧: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶା ରାଜ୍ଯସ୍ତରୀୟ ଅଗ୍ନିଶମ ନାଗରିକ ସୁରକ୍ଷା ଓ ଗୃହରକ୍ଷକ ପ୍ରଂଶସା ପଦକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ପୋଲିସର ୧୨ ଜଣ ଗୃହରକ୍ଷୀ ଏହି ଜାତୀୟ ପୁରସ୍କାର ପାଇଥିଲା ବେଳେ ଗଞ୍ଜାମ ପୋଲିସ ଜିଲ୍ଲା ପାଟପୁର ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ଶିବରଞ୍ଜନ ତ୍ରିପାଠୀ ଉଲ୍ଲେଖନୀୟ ସେବା ପାଇଁ ନାଗରିକ ସୁରକ୍ଷା ଓ ଗୃହରକ୍ଷକ ପ୍ରଶଂସା ପଦକ ପୁରସ୍କାର ପାଇଛନ୍ତି । ଭୁବନେଶ୍ଵର ସ୍ଥିତ ଅଗ୍ନିଶମ ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ସ୍ଵତନ୍ତ୍ର ଉତ୍ସବରେ ଓଡ଼ିଶା ପୋଲିସ ଅଗ୍ନିଶମ ନାଗରିକ ସୁରକ୍ଷା ଓ ଗୃହରକ୍ଷକ ନିର୍ଦ୍ଦେଶାଳୟର ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ଏହି ପ୍ରଶଂସା ପଦକ ପ୍ରଦାନ ସହ ସମ୍ବର୍ଦ୍ଧିତ କରିଛନ୍ତି। ଶ୍ରୀଚନ୍ଦନପୁର ଗ୍ରାମାରେ ଜନ୍ମିତ ଶିବରଞ୍ଜନ ଟୁଲୁ ପାଟପୁର ଥାନାରେ ଗତ ୨୦୦୬ ମସିହାରୁ ଗୃହରକ୍ଷୀ ଭାବେ କାର୍ଯ୍ୟରତ ଥିବା ସହ ପୋଲିସ ଗୃହରକ୍ଷୀ ସେବାରେ ଉଲ୍ଲେଖନୀୟ କୃତିତ୍ୱ ହାସଲ ଓ ଜାତୀୟ ଓ ରାଜ୍ୟସ୍ତରରେ ପ୍ରଶଂସିତ ହୋଇ ଥାନା ଓ ଅଞ୍ଚଳର ଗୌରବ ବୃଦ୍ଧି କରିଥିବାରୁ ଥାନା ଆଇଆଇସି ଦୀପ୍ତିରଞ୍ଜନ ବେହେରାଙ୍କ ସମେତ ଥାନା କର୍ମଚାରୀ ଆମ ପୋଲିସ ସମିତି ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି। ରିପୋର୍ଟ ବିନାୟକ ଦାସ