You are currently viewing ସାନଖେମୁଣ୍ଡି ଓ ମୋହନା ତାଳୁକା ଶୌଣ୍ଡିକ ସମାଜର ୨୪ତମ ବାର୍ଷିକ ସମ୍ମିଳନୀ
ସାନଖେମୁଣ୍ଡି ଓ ମୋହନା ତାଳୁକା ଶୌଣ୍ଡିକ ସମାଜର ୨୪ତମ ବାର୍ଷିକ ସମ୍ମିଳନୀ

ପାଟପୁର ୨୧/୦୭( ରଘୁନାଥ ନାୟକ )ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ସିଙ୍ଗିପୁର ପଞ୍ଚାୟତର ଡେଙ୍ଗାଓସ୍ତା ସମାଜ ସଭା ଗୃହ ଠାରେ ଶୌଣ୍ଡିକ ସମାଜର ୨୪ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।ସମାଜର କର୍ମକର୍ତ୍ତା ମାନଙ୍କ ସାହାଯ୍ୟ ଓ ସହ।ନଭୂତି ଯୋଗୁଁ ଏହି ସମାଜ ସକ୍ରିୟ ଭାବେ ଅନେକ ମଙ୍ଗଳ କାମ କରି ଆସୁଅଛି।ଗଞ୍ଜାମ ଜିଲ୍ଲା ଶୌଣ୍ଡିକ ସମାଜର ଅତୁଳନୀୟ କାର୍ଯ୍ୟକଳାପ ଯାହା ସଂସ୍କାର ଏବଂ ଆଦର୍ଶ କରିବା ଓ ସମାଜ ପ୍ରତି କର୍ମକର୍ତ୍ତାଙ୍କ ଅର୍ଥ,ଶ୍ରମ ଓ ବୁଦ୍ଧି ବଳରେ ଆଜି ସଙ୍ଗଠନ ମଜବୁତ୍ ହୋଇପାରିଛି ।ଏହି ସମ୍ମିଳନୀର ଆବାହକ ତଥା ତାଲୁକା ସଭାପତି ତ୍ରିନାଥ ବିଷୋୟୀ ରତ୍ନ ,ସମ୍ପାଦକ ମନୋଜ କୁମାର ସାହୁ ଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜରେ ନାରୀ ସଶକ୍ତିକରଣ , ଗରିବ ପୁଅ ଝିଅଙ୍କ.


ବାହାଘର,ହିଂଶ ମନୋଭାବ ନରଖି ଏକତ୍ରିତ ହୋଇ ଚାଲିବା ସହ କେମିତି ଏକ ଶୃଙ୍ଖଳିତ ସମାଜ ଗଠନ ହୋଇପାରିବ ତାହା ଉପରେ ମତବ୍ୟକ୍ତ କରିଛନ୍ତି।ମାଟ୍ରିକ ଓ +୨ ରେ ଟପର ହୋଇଥିବା ଦୁଇ ଝିଅଙ୍କୁ ଓ ପୂର୍ବତନ ସଭାପତି ଏବଂ ସମ୍ପାଦକଙ୍କ ପରିବାର ବର୍ଗଙ୍କୁ ସମ୍ମାନିତ କରିବାସହ ତାଙ୍କ ଫଟୋଚିତ୍ର ସଭା ଗୃହରେ ସ୍ଥାପନ କରାଗଲା।ପୁଅ ଝିଅ ମାନେ ତାଙ୍କ ବାପା ମାଁ ମାନଙ୍କୁ ଯେପରି ସମ୍ମାନର ସହିତ ପାଳନ କରିବେ ଓ ଶାଶୂ ସରୁର ମାନେ ବୋହୂ ନିର୍ଯାତନା ନଦେବାକୁ ଓ ଯୌତୁନ ଦାବି ନକରିବେ ସହ ଉପରେ ଗୁରୁତ୍ୱାରୋପ କରିଥିଲେ। ଉକ୍ତ ସମ୍ମିଳନୀରେ ଆଇନ ପରାମର୍ଶଦାତା ନିର୍ମଳ ସାହୁ,ଜିଲ୍ଲା ସଭାନେତ୍ରୀ ସୁନନ୍ଦା ଚୌଧୁରୀ, ଦିଗପହଣ୍ଡି ସଭାପତି ସନ୍ତୋଷ ସାହୁ, ଚିକିଟି ସଭାପତି ଶ୍ୟାମସୁନ୍ଦର ସାହୁ,ସୁରଙ୍ଗି ସମ୍ପାଦକ ବାରାନିଧି ସାହୁ,ଚିକିଟି ସଂଘଠକ ମନୋଜ ସାହୁ,ମହିଳା ସଂଗଠକ ଦମୟନ୍ତୀ ସାହୁ,ମହିଳା ସଭାନେତ୍ରୀ ସବିତା ସାହୁକାର,ସାନଖେମୁଣ୍ଡି ଓ ମହୋନା ସଂଗଠକ ଦେବାନନ୍ଦ ସାହୁ,କୋଷାଧ୍ୟକ୍ଷ କୈଳାଶ ସାହୁ,ପାତ୍ରପୁର ସଂଗଠକ ଦିନାର୍ଦନ ସାହୁ ଓ ବିଭିନ୍ନ ମୁଠାରୁ ଆସିଥିବା ମଣ୍ଡଳ ଅଧିକାରୀ ଓ ସଭ୍ୟ ସଭ୍ୟା ଉପସ୍ଥିତ ରହି ସମାଜ ବିଭିନ୍ନ ଜନହିତ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ।