You are currently viewing ଲଗାଣ ବର୍ଷା ରେ ଖେୟ ଖେତୀ ହୋଇଥିବା ଚାଷି ଙ୍କ ବିଭିନ୍ନ ପଞ୍ଚାୟତପରିଦଶନ କଲେ ବି ଡି ଓ
ଲଗାଣ ବର୍ଷା ରେ ଖେୟ ଖେତୀ ହୋଇଥିବା ଚାଷି ଙ୍କ ବିଭିନ୍ନ ପଞ୍ଚାୟତପରିଦଶନ କଲେ ବି ଡି ଓ

ସାନଖେମୁଣ୍ଡି୨୮/୧୨( ରଘୁନାଥ ନାୟକ ) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳ ରେ ତୁହାକୁ ତୁହା ଲଗାଣ ବର୍ଷା ଫଳରେ ଚାଷୀ ଅକଥନୀୟ ଦୁର୍ଦ୍ଦଶା ମଧ୍ୟରେ କରୁଥିବା ବେଳେ ଦୁଇଦିନ ହେଲା ପାଗ ଅନୁକୂଳ ହୋଇଥିବାରୁ ଚାଷୀ ବିଲରେ ଥିବା ଗଜା ବତୁରା ଓଦା ଧାନ କଳେଇକୁ କିପରି ଶୁଖେଇ ଅମଳ କରିବା ଚିନ୍ତାରେ ରହିଛି ।
ଚଳିତ ବର୍ଷର ଅନିୟମିତତା ନିଅଣ୍ଟିଆ ବର୍ଷା ପାଇଁ ବର୍ଷା ଉପରେ ନିର୍ଭର କରୁ୍ଥିବା ସାନଖେମୁଣ୍ଡିର ବହୁ ଚାଷୀ ନିଜର ଜମିରେ ଧାନ ଫସଲ କରି ଥିବା ବେଳେ ସମ୍ପ୍ରତି ଧାନ ଅମଳ କରିବା ସମୟ ଅଦିନିଆ ବର୍ଷା ରେ ଭିଜି ପ୍ରାୟ ଅଶି ପ୍ରତିଶତ ଚାଷୀଙ୍କ ଫସଲ ନଷ୍ଟ ହୋଇଯାଉଛି ।ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଲଗାଣ ଜନିତବର୍ଷା ଚାଷୀର ସମ୍ବଳ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। I ଧାନ କଟା ହୋଇ ଜମିରେ ପଡ଼ିଥିବା ବେଳେ ତା ଉପରେ ବର୍ଷା ଜଳ ଜମି ଯାଇ ସେଗୁଡିକ ପଚିବାକୁ ବସିଲାଣି I କିଛି ଧାନରୁ ଗଜା ମଧ୍ୟ ବାହାରି ସାରିଲାଣି ।

ସାନଖେମୁଣ୍ଡି ବ୍ଲକ କୃଷି କାର୍ଯ୍ୟଳୟ ଅଧୀନ ରେ ଥିବା ୨୬ ପଞ୍ଚାୟତର ଚାଷ ଜମି ସମ୍ପୂର୍ଣ୍ଣ କ୍ଷୟକ୍ଷତି ହୋଇଥିବା ବେଳେ ଚାଷୀ ,ରାଜନୈତିକ କର୍ମୀ, ଜନପ୍ରତିନିଧି ମାନେ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ତହସିଲ ଏବଂ ବ୍ଲକ କାର୍ଯ୍ୟଳୟରେ ଆସି ସେମାନଙ୍କ ଦୁଃଖ ଜଣାଇ ସହଯୋଗ ଆଶା କରୁଥିବା ଦେଖିବାକୁ ମିଳିଛି ।
ତେବେ ପ୍ରଶାସନ ମଧ୍ୟ ଚାଷୀଙ୍କ ସମସ୍ୟା ନେଇ ଚଳଚଞ୍ଚଳ ହୋଇଥିବା ଦେଖିବାକୁ ମିଳିଛି।ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ବ୍ଲକର ପଞ୍ଚାୟତ ସ୍ତରରେ ଗସ୍ତ କରି କ୍ଷୟକ୍ଷତି ଆକଳନ କରୁଥିବା ଦେଖିବାକୁ ମିଳୁଛି।


ସାହାସପୁର , କଲରା ପଦର ଚୁଡ଼ଙ୍ଗପୁର , ଖଲିଙ୍ଗି, ଆମ୍ବଗାଁ, ଏବଂ ଗୌତମୀ ପଞ୍ଚାୟତ ଗସ୍ତ କରି ସ୍ଥାନୀୟ ସରପଂଚ ,ସମିତି ସଭ୍ୟଙ୍କ ସହ କ୍ଷତିଗ୍ରସ୍ତ ଚାଷୀଙ୍କ ଜମିରେ ପହଞ୍ଚି କ୍ଷତି ଅନୁଧ୍ୟାନ କରିଛନ୍ତି ।
ଏହାସହ କୃଷି ବିଭାଗ , ରାଜସ୍ବ ବିଭାଗୀୟ ଅଧିକାରୀ ଙ୍କ ଦ୍ଵାରା ଆକଳନ ଅନୁସାରେ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପାଇଁ ସରକାରଙ୍କୁ ଅନୁରୋଧ କରିବାକୁ ପ୍ରତିକ୍ରିୟା ରଖିଛନ୍ତି ।


ବିଡିଓଙ୍କ ଏହି ଗସ୍ତ ସମୟରେ ଗୌତମୀ ସରପଂଚ ପ୍ରତିନିଧି ପ୍ରଶାନ୍ତ ରେଡ୍ଡୀ , ସରପଂଚ ସୁଶାନ୍ତ ସେଠୀ ସମିତି ସଭ୍ୟ କୈଳାସ ପାତ୍ରଙ୍କ ସହ ପୂର୍ବତନ ସରପଂଚ ଗୁପ୍ଟେଶୁ ଦୋରା, ନିରାକାର ପ୍ରଧାନ , ପ୍ରଭାକର ତ୍ରିପାଠୀ ସୁଦର୍ଶନ ଚୌଧୁରି ପ୍ରମୁଖ ଉପସ୍ଥିତ ରହି ଚାଷୀଙ୍କ ସମସ୍ୟା ଉପରେ ଗୁରୁତ୍ବ ଦେବାକୁ ଚାଷୀ ଏବଂ ପ୍ରତିନିଧି ଅନୁରୋଧ କରିଥିଲେ

ସାନଖେମୁଣ୍ଡି ରୁ ରଘୁନାଥ ନାୟକ ଙ୍କ ରିପୋର୍ଟ ଆଇଜେବି ନିୟୁଜ