You are currently viewing ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ରେ ବନ ମହୋତ୍ସବ ଏବଂ ଚାରା ରୋପଣ କାର୍ଯ୍ୟକ୍ରମ
ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ରେ ବନ ମହୋତ୍ସବ ଏବଂ ଚାରା ରୋପଣ କାର୍ଯ୍ୟକ୍ରମ

ଭଞ୍ଜନଗର, ୩/୭ ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ, ଭଞ୍ଜ ନଗର ଠାରେ ଉତ୍ତର ଘୁମଶୁର ବନ ଖଣ୍ଡ ମୁଜାଗଡ଼ ରେଞ୍ଜ ସହଯୋଗ ରେ ଆଜି ପ୍ରଥମ ଦିନରେ ବନ ମହୋତ୍ସବ ପାଳିତ l ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର,ଙ୍କ ଅନୁରୋଧ କ୍ରମେ ଭଞ୍ଜନଗର ରୋଟାରି କ୍ଳବ ର ସଭାପତି, ସମ୍ପାଦକ ଏବଂ କର୍ମକର୍ତ୍ତା, ବନବିଭାଗ କର୍ମଚାରୀ ଏବଂ ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ର ସମସ୍ତ ପରିଚାଳନା କମିଟି ଙ୍କ ସହିତ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ l

ସଭା ଏବଂ ରହିଲେ ବନ, ବଞ୍ଚିବେ ଜନ ସଚେତନତା କାର୍ଯ୍ୟକ୍ରମ ରେ ସମ୍ବାଦ ସାହିତ୍ୟ ଘର ସଭାପତି ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ସନ୍ତୋଷ ଜେନା ପରିଚାଳନା କରଥିଲେ ଏବଂ ବିଦ୍ୟାଳୟ ର ଅଧକ୍ଷ୍ୟ ଅଜିତ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟ ର ନୂତନ ସଭାପତି ରମାକାନ୍ତ ପାଢ଼ୀ ଙ୍କୁ ଆନୁଷ୍ଠାନ ର ସୂର୍ଯ୍ୟ କୁମାର ପାତ୍ର ଏବଂ ସୁଲପାଣି ଶତପଥୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ଥିଲେ l କାର୍ଯ୍ୟକ୍ରମ ଶେଷରେ ଛାତ୍ର ଛତ୍ରୀ ଏବଂ ଅତିଥି ମାନଙ୍କ ଦ୍ୱାରା ବନ ବିଭାଗ ର ସୁଶାନ୍ତ କୁମାର ମିଶ୍ର ଙ୍କ ସହ ଯୋଗ ରେ ଚାରା ରୋପଣ ହୋଇ ଥିଲା l