You are currently viewing ସନ ସାଇନ ସ୍କୁଲ ରେ 136 ତମ ଗୁରୁ ଦିବସ ପାଳିତ ,
ସନ ସାଇନ ସ୍କୁଲ ରେ 136 ତମ ଗୁରୁ ଦିବସ ପାଳିତ ,

ପୁରୁଷୋତ୍ତମପୁର ଏନଏସି ଅନ୍ତର୍ଗତ କୁମାରୀ ନିକଟ ସନ ସାଇନ ଇଣ୍ଟର ନେସନାଲ ଇଂରେଜି ମିଡ଼ିଏମ ସ୍କୁଲ ରେ 136 ତମ ଗୁରୁଦିବସ ଅନୁଷ୍ଠାନ ର ସଭାପତି ତଥା ବରିଷ୍ଟ ଶିକ୍ଷାବିତ ପ୍ରଫୁଲ କୁମାର ରଥ, ଙ୍କ ସଂଯୋଜନା ରେ ପାଳିତ ହୋଈ ଯାଇଛି | ପୁରୁଷୋତ୍ତମପୁର ଅଞ୍ଚଳ ର ପୂର୍ବତନ ପ୍ରଧାନ ଶିକ୍ଷକ ଏ ରାଜ ଗୋପାଳ ରାଓ, ଏହିସ୍କୁଲ ର ଅଧକ୍ଷ ସୁନୀଲ କୁମାର ମହାନ୍ତୀ ମଞ୍ଚାସିନ ଥିଲେ | ଏବଂ ଅତିଥି ଭାବେ ଦୁଈ ସାମ୍ବାଦିକ ପ୍ରସନ୍ନ କୁମାର ଦାଶ ଓ ଅରୁଣ କୁମାର ଗୌଡ଼ ଆଜିର ଏହି କାର୍ଯ୍ୟକ୍ରମ ରେ ମଧ୍ୟ ଉପସ୍ଥିତ ଥିଲେ | ଏହାସହିତ ଅନୁଷ୍ଠାନ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ , ମାନେ ଉପସ୍ଥିତ ଥିଲେ | ପ୍ରଥମେ କାର୍ଯ୍ୟକ୍ରମ ଆରମ୍ଭରେ ଆଜିର ମହାନ ଗୁରୁ ସର୍ବପଲି ରାଧାକିଷ୍ଣ ଙ୍କ ଫୋଟରେ ଗନ୍ଧ, ପୁଷ୍ପ ଦେଇପ୍ରଦୀପ ପ୍ରଜ୍ବଳନ କରି ପୁଜା କରିଥିଲେ |.

ଏବଂ ମଞ୍ଚାସିନ ଅତିଥି ମାନଙ୍କୁ ଗନ୍ଧ ପୁଷ୍ପ ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ | ପରବର୍ତୀ ଅବସ୍ଥା ରେ ଅଧକ୍ଷ ଓ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ ଛାତ୍ର, ଛାତ୍ରୀ ମାନେ ଗନ୍ଧ, ପୁଷ ଓ ଉପଢୌକନ ଦେଇ ପୁଜା କରିଥିଲେ | ବୈଠକ ଆରମ୍ଭରେ ଅଧକ୍ଷ ଅନୁଷ୍ଠାନ ର ସଭାପତି ତାଙ୍କରି ଗୁରୁ ଅଟନ୍ତି ଏବଂ ତାଙ୍କର ଆଶୀର୍ବାଦ ପାଇ ସେଆଜି ଏହି ଅନୁଷ୍ଠାନ ର ଅଧକ୍ଷ ହୋଇପାରିଛନ୍ତି, ତେଣୁ ସେ ଆଜି ଗର୍ବିତ ବୋଲି କହିଥିଲେ | ଛାତ୍ର, ଛାତ୍ରୀ ମାନେ ପ୍ରଥମେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ | ନିଜ ବକ୍ତବ୍ୟ ରେ ସଭାପତି ପୌରାଣିକ ଯୁଗଠାରୁ ଆରମ୍ଭ କରି ବର୍ତମାନ ଯୁଗର ଗୁରୁ ଏବଂ ମହାନ ଗୁରୁଙ୍କ ଉପରେ ବହୁତ କିଛି ହୃଦୟ ସ୍ପର୍ଶୀ ଅନଳ ଗର୍ଭକ ଭାଷଣ ଦେଇ ଥିଲେ | ଅନ୍ୟ ଅତିଥି ମାନେ ମଧ୍ୟ ବହୁ ଉପଦେଶାତ୍ମକ ଭାଷଣ ଦେଇଥିଲେ |

ଅଧକ୍ଷ ମଧ୍ୟ ପିଲାମାନଙ୍କ ଭବିଷ୍ୟତ ଓ ଉତ୍ତରୋ ତର କାମନା କରିଥିଲେ | ଶେଷରେ ପିଲାମାନେ ଙ୍କ ଦ୍ୱାରା ବିଭିର୍ଣ୍ଣ ଗୁରୂ ଉପଦେଶାତ୍ମକ ନୃତ୍ୟ ମଧ୍ୟପରିବେଷଣକରିଥିଲେ | ଏହି କାର୍ଯ୍ୟକ୍ରମ କୁସ୍କୁଲ ର ଉପସ୍ଥିତସମସ୍ତ କର୍ମଚାରୀ ମାନେସହଯୋଗ କରିଥିଲେ | ରିପୋର୍ଟ ପ୍ରସନ୍ନ କୁମାର ଦାସ