You are currently viewing ବିଜୟ ଲଷ୍ମୀ ଓ ପ୍ରାଚୀପ୍ରଜ୍ଞା ପଣ୍ଡା ଗଞ୍ଜାମ ଜିଲ୍ଲା ରେ ଉତ୍ତମ ପାରଦର୍ଶିତା
ବିଜୟ ଲଷ୍ମୀ ଓ ପ୍ରାଚୀପ୍ରଜ୍ଞା ପଣ୍ଡା ଗଞ୍ଜାମ ଜିଲ୍ଲା ରେ ଉତ୍ତମ ପାରଦର୍ଶିତା

ବେଗୁନିଆପଡା ( ୯.୩.୨୦୨୪)  –
୨୦୨୩ -୨୪ ବର୍ଷ ର ଜାତୀୟ ଆୟ ଭିତିକ ମେଧା ବୃତ୍ତି ପରୀକ୍ଷା ରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବେରୁଆଁବାଡ଼ି ଗ୍ରାମପଞ୍ଚାୟତ ର ସାତନଳ ଗ୍ରାମର ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡା ଓ ଶ୍ରୀ ସନ୍ତୋଷ କୁମାର ପଣ୍ଡା ଙ୍କ କନ୍ୟା ପ୍ରାଚୀପ୍ରଜ୍ଞା ପଣ୍ଡା ଗଞ୍ଜାମ ଜିଲ୍ଲା ରେ ଉତ୍ତମ ପାରଦର୍ଶିତା ହାସଲ କରିଛନ୍ତି l ପ୍ରାଚୀପ୍ରଜ୍ଞା ସାତନଳ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି l ସଫଳତା ର ଶ୍ରେୟ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ସହିତ ନିଜ ଜେଜେବାପା, ମାଆ ଓ ବାପା ଙ୍କୁ ଦେଇଛନ୍ତି l ତାଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟୁଛି। ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।