ଗଞ୍ଜାମ ଜିଲ୍ଲା ଷୋହଳଖଣ୍ଡ ଗୋପାଳ ସମାଜ ତିନି ତାଲୁକା ପକ୍ଷରୁ ଶନିବାର ଦିନ ମୁଠା ସ୍ତରୀୟ ସଚେତନତା ଶୋଭାଯାତ୍ରା ଓ ସାଂଗଠନିକ ସଭା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ବଡଖେମୁଣ୍ଡି ‘କ’ , ସାନଖେମୁଣ୍ଡି ଓ ଚିକିଟି ତଥା ତିନି ତାଲୁକା ସଭାପତି ମନୋରଞ୍ଜନ ଗୌଡଙ୍କ ସଭାପତିତ୍ବରେ ଆଜି ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଠା ଗ୍ରାମରେ ଏହି ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ତିନିତାଲୁକା ସମ୍ପାଦକ ତଥା ଜିଲ୍ଲାପରିଷଦ ରାଧାକାନ୍ତ ମହାଙ୍କୁଡ଼, ଜିଲ୍ଲା ଉପସଭାପତି ପିତାମ୍ବର ଗୌଡ, ଉପଦେଷ୍ଟା ଚିତ୍ରସେନ ଗୌଡ , ତିନିତାଲୁକା ସଂଯୋଜକ ରାମହରି ଗୈାଡ, ପେଣ୍ଠା ମୁଠା ଉପସଭାପତି ମାଙ୍ଗୁ ଗୈାଡ, ଭିଷ୍ମଗିରୀ ମୁଠା ସଭାପତି ସନ୍ତୋଷ ଗୌଡ ସମେତ ମୁଠାର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।ଏହି ଅବସରରେ ତାଲୁକା ପକ୍ଷରୁ ଶିକ୍ଷା , ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା , କୁସଂସ୍କାର , ଅନ୍ଧବିଶ୍ୱାସ ଠାରୁ ଦୂରରେ ରହିବା ବାଲ୍ୟବିବାହ , କନ୍ୟାଭ୍ରୂଣ ହତ୍ୟା , ସାମାଜିକ ଭେଦଭାବ, ବାୟୁମଣ୍ଡଳର ଅମ୍ଳଜାନ ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ବୃକ୍ଷ ରୋପଣ ଜରୁରୀ , ପରିବେଶ ସୁରକ୍ଷା ଏବଂ ଗୋପାଳ ସମାଜର ବିକାଶ ଉପରେ ଆୟୋଜିତ ସଭାକାର୍ଯ୍ୟରେ ବିଶେଷ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗୋପାଳ ସମାଜର କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।
ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା
