ସୋରଡ଼ା ୦୭/୦୧/୨୦୨୬ (ଲିଟୁ କୁମାର ବିଷୋୟୀ ) ଗଞ୍ଜାମ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଡିସେମ୍ବର ୧୨ ତାରିଖ ବୈଠକ ରେ ମାଣ୍ଡିଆ କ୍ରୟ କମିଟି ନିଷ୍ପତି ପ୍ରକାରେ ସୋରଡ଼ା ବ୍ଳକ ଅନ୍ତର୍ଗତ ପାଲକାଟୁ ପଞ୍ଚାୟତ ର ନୁଆଁ ଗାଁ ଠାରେ ମା ସୀତାଦେବୀ ସ୍ୱୟଂ ସହାୟକ ଗୋଷ୍ଠୀ କୃଷକ ଉତ୍ପାଦକ ଆନୁକୂଲ୍ୟରେ ମାଣ୍ଡିଆ ମଣ୍ଡି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଉଦଘାଟନ କରିଛନ୍ତି |

ଏହି କାର୍ଯ୍ୟକ୍ରମ ରେ ଆସ୍କା କୃଷି ଜିଲ୍ଲା ଅଧିକାରୀ ସତ୍ୟବ୍ରତ ଦାସ, ଡ଼ିଏମଟିଡ଼ିସିସି ସନାତନ ମାଟିଆ, ଗୋଷ୍ଠୀ କୃଷି ଅଧିକାରିଣୀ ସବିତା ରାଣୀ ସୋରେନ, ଜିଲ୍ଲା ଯୋଜନା ଅଧିକାରୀ ଶ୍ରୀ ଅନ୍ନ ଅଭିଯାନ ବିଷ୍ଣୁ ପ୍ରସାଦ ବେହେରା,ସହକାରୀ କୃଷି ଅଧିକାରୀ ଜଗଦୀଶ ଚୌଧୁରୀ ଓ ବହୁ ମାଣ୍ଡିଆ ଚାଷୀ ଉପସ୍ଥିତ ଥିଲେ


