କୋଦଳା
ଆଜି ବ୍ରହ୍ମପୁର ସହରର ବରିଷ୍ଠ ସାମ୍ବାଦିକ ଜଗନ ମୋହନ ମହାପାତ୍ରଙ୍କ ଏମକେସିଜି ବଡ଼ ମେଡିକାଲରେ ହୃଦଘାତରେ ପରଲୋକ ଘଟିଛି। ଯାହାକୁ ନେଇ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି। ବିଶିଷ୍ଟ ସାମ୍ବାଦିକ,ଲେଖକ ଓ ନାଟ୍ୟକାର ଜଗନ ମୋହନ ମହାପାତ୍ରଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବେଗୁନିଆପଡ଼ା ଓ କୋଦଳା ଅଞ୍ଚଳର ସାମ୍ବାଦିକ। ଆଜି ଅପରାହ୍ନରେ ଏନେଇ ଏକ ଶୋକସଭା କେ ବରିଡ଼ା ଅମରେଶ୍ବର ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ବିଜୟ କୁମାର ନାୟକ, ସୁଶାନ୍ତ ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ପଲେଇ, ଟୁକୁନା ପ୍ରଧାନ, ପବିତ୍ର କୁମାର ରାଉତ, ବାପୁନୀ ମାଲୁ, ଜୟକୃଷ୍ଣ ମାଝୀ ଉପସ୍ଥିତ ରହି ତାଙ୍କର ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହିତ ଜଗନମୋହନଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିଛନ୍ତି। ଜଗନ ମୋହନଙ୍କ ମୃତ୍ୟୁ ଜିଲ୍ଲାର ସାମ୍ବାଦିକ ଓ ସାହିତ୍ୟ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି ଘଟିଲାବୋଲି ସାମ୍ବାଦିକ ମାନଙ୍କ ପକ୍ଷରୁ କୁହାଯାଇଛି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
