You are currently viewing କୃଷି ବିଭାଗ ର ସଚେତନତା ପରେ ଚାଷୀ ତର ତର
କୃଷି ବିଭାଗ ର ସଚେତନତା ପରେ ଚାଷୀ ତର ତର

ଧରାକୋଟ,4/12/23
କଥାରେ ଅଛି ଚାଷ ତର ତର ବଣିଜ ମଠ । ସଂପ୍ରତି ପାଣିପାଗ ବିଭାଗ ର ସୂଚନା ଅନୁଯାୟୀ ବାତ୍ୟାର ପ୍ରଭାବରେ ଆସନ୍ତା ପାଞ୍ଚ ତାରିଖ ରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ବୃଦ୍ଧି ପାଇବ। ଏହା ସହ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି। ଯାହାକୁ ନେଇ ପାଞ୍ଚଗୋଟି ଜିଲ୍ଲା ପାଇଁ ଅରେଞ୍ଜ ୱର୍ଣିଂ ଜାରି କରାଯାଇଛି । ସେଥି ମଧ୍ୟରେ ରହିଛି ଗଞ୍ଜାମ ଜିଲ୍ଲା। ଏହାକୁ ଦୃଷ୍ଟିରେ ରଖି କୃଷି ଓ କୃଷକ ସସସ୍ତି କରଣ ବିଭାଗ ତରଫରୁ ସମ୍ଭାବ୍ୟ ଅଦିନିଆ ବର୍ଷା ଦାଉରୁ ଫସଲ ର ସୁରକ୍ଷା ପାଇଁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଙ୍କୁ ଚାଷୀ ମାନଙ୍କୁ ସଚେତନତା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାହା ଫଳରେ କୃଷି ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ଯୋଗେ ଗାଁ ଗାଁ ବୁଲି ପ୍ରଚାର ଆରମ୍ଭ କରାଯାଉଛି । କ୍ଷେତ ଭିତରେ କଟାଯାଇଥିବା ଧାନକୁ ଢିପ ସ୍ଥାନକୁ ଆଣିବା, ତାକୁ ସୁରକ୍ଷିତ ରଖିବା ପାଇଁ ପାଲ ଘୋଡାଇ ରଖିବା,ଜମିରେ ଥିବା ଧାନକୁ ନ କାଟିବା ପାଇଁ ସଚେତନ କରାଯାଉଛି । କୃଷି ବିଭାଗ ତରଫରୁ ଏପରି ପ୍ରଚାର ପରେ ବର୍ଷକର ଫସଲର ସୁରକ୍ଷିତ ଅମଳ ପାଇଁ ଚାଷୀ ତର ତର ହୋଇ ଉଠିଛି ।

ଚଳିତ ବର୍ଷ ଅଦିନିଆ ଓ ଅଭାବୀ ବର୍ଷା ଯୋଗୁଁ ଚାଷୀ ର ମେରୁଦଣ୍ଡ ଦୋହଲି ଯାଇଥିବା ବେଳେ ଆସୁଥିବା ବାତ୍ୟା ଓ ବର୍ଷା ଚାଷୀ ମାନଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ସଦୃଶ ହେବାକୁ ଯାଉଛି। ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀକୁଳ।