ପାଟଣାଗଡ଼ -( ଏସ ମହାକୁର ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଜଲିଆ ଗାଁରେ ଥିବା ଓସ୍ତାଳୀ ଡ୍ୟାମ ର ଉନ୍ନତୀ ଓ କେନାଲ ମରାମତି ଦାବୀରେ ଚାଷିମାନେ ଜଳ ସତ୍ୟାଗ୍ରହ କରିଛନ୍ତି ।ସୋମବାର ଶିପୁନ ଖମାରୀ ଙ୍କ ନେତୃତ୍ୱରେ ଶତାଧିକ ଚାଷି ପ୍ରଥମେ ଏକ ଶୋଭାଯାତ୍ରରେ ଆସି ଓସ୍ତାଲୀ ଡ୍ୟାମ ନିକଟରେ ପହଁଚିଥିଲେ ।ପରେ ପାଣି ଭିତରେ ପଶି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଚାଷି ଙ୍କ ଅଭିଯୋଗ ଯେ ୫ ହଜାର ହେକ୍ଟର ପରିସିମା ରେ ଥିବା ଓସ୍ତାଲୀ ଡ୍ୟାମ ଏବେ ପୋତି ହେବାରେ ଲାଗିଛି ।ପାଣି ସ୍ତର ଧିରେ ଧିରେ କମି କମି ଯାଉଛି ।ଅନାବନା ଘସରେ ପରିପୁର୍ଣ୍ଣ ହେଇଛି ଆଡିବନ୍ଧ ।ରକ୍ଷଣ ବେକ୍ଷଣ ପାଇଁ କହିଲେ କଥା ଶୁଣୁନାହାନ୍ତି ଅଧିକାରୀ ।ଆଉ କିଛିଦିନ ଗଲେ ସପୂର୍ଣ୍ଣ ପୋତିହୋଇ ଯିବ ଓଓସ୍ତାଲୀ ଡ୍ୟାମ ।ଏହି ଡ୍ୟାମର ପାଣି ୩ ପଚାଂୟତର ୧୦ରୁ ଅଧିକ ଗାଁର ଚାଷି ନିର୍ଭର କରିଥାନ୍ତି ।ବାମ ଓ ଡାହାଣ କେନାଳ ଗୁଡିକ ମାଟିଭର୍ତ୍ଥିହୋଇ ପୋତିହୋଇଯାଉ ଥିବାରୁ ଚାଷି ପାଉପାରୁନାହିଁ ।ଏନେଇ ବାରମ୍ବାର ଅଧିକାରୀ ଙ୍କ ଠାରେ ଅଭିଯୋଗ କଲେ ବି କେହିଁ କଣ୍ଣୀପାତ କରୁନାହାନ୍ତି ।ସେଥିପାଇଁ ଚାଷି ବାଧ୍ୟହୋଇ ଜଳି ଭିତରେ ରହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ପରେ ଘଟଣା ସ୍ଥଳରେ, ତହସିଲଦାର ,ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ମଲ୍ଲିକ ସହ ଏମ.ଆଇ.ପି ବିଭାଗର ଯନ୍ତ୍ରୀ ସୂର୍ଯ୍ୟନାରାୟଣ ତ୍ରିପାଠି , ବେଲପଡା ଅଗ୍ନିଶମ କର୍ମଚାରୀ ,ବେଲପଡା ଥାନା ଅଧିକାରୀ ବୁଲୁମୁଣ୍ଡା ପହଁଚି ଅନ୍ଦୋଳନ କାରୀ ମାନଙ୍କୁ ବୁଝାସୁଝା ପରେ ଆନ୍ଦୋଳନରୁ ଓହରିଥିଲେ ।ବନମାଲି ନାଏକ ,ଝରି ବେହେରା , କୃଷ୍ଣଚନ୍ଦ୍ର ରାଉତ , ,ଚୁଡାମଣି ରାଉତ ,ଲଲିତ ମୋହନ ରାଉତ , ଲଲିତ ମୋହନ ବୁଡେକ ,କୁମର ସାହୁ , ଜନାର୍ଦ୍ଦନ ସିଂ ,ଜିତୁ ନାଏକ , ଚାନ୍ଦୁମଣି ସାହୁ, ଯୁଗଲ କିଶୋର ମେହେର ଙ୍କ ଅନ୍ୟମାନେ ଉପସ୍ଥିତ ଥିଲେ ।
