କୋଦଳା
ଜନ୍ମଦିନ ପାଳନ ଅବସରରେ କଲେ ଶକ୍ତି ପ୍ରଦର୍ଶନ। ହଜାର ହଜାର ଶୁଭେଚ୍ଛୁ ଓ ସମର୍ଥକଙ୍କୁ ନେଇ ପାଳିଲେ ଜନ୍ମଦିନ। ଯାହା ଏବେ ସ୍ଥାନୀୟ ବିଧାୟିକା ଲତିକା ପ୍ରଧାନକଂ ଟେନସନ୍ ବଢାଇ ଦେଇଥିବା ଆଲୋଚନା ହେଉଛି। ହଁ ଦର୍ଶକ ବନ୍ଧୁ। ଆମେ କହୁଛୁ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଜେଡ଼ି ଯୁବନେତା ପ୍ରମୋଦ ପଣ୍ଡାଙ୍କ କଥା। ଏକଦା ବିଧାୟିକା ଲତିକା ପ୍ରଧାନକଂ ସହ ରହି କାର୍ଯ୍ଯ କରୁଥିବା ପ୍ରମୋଦ ପଣ୍ଡା ପରବର୍ତ୍ତୀ ସମୟରେ ଲତିକାଙ୍କ ଠାରୁ ଦୂରରେ ରହି ନିଜ ସାଂଗଠନିକ କାର୍ଯ୍ଯ କରୁଥିଲେ। ତେବେ ଗତ ଶନିବାର ନିଜ ଗାଁ ଦେଓଗାଁ ଠାରେ ପ୍ରମୋଦ ନିଜ ଜନ୍ମଦିନ ପାଳନ କରି ବିଶାଳ ସମାବେଶର ଆୟୋଜନ କରିଛନ୍ତି। ଯାହାକୁ ନେଇ ଏବେ ବିଧାୟିକା ଲତିକା ପ୍ରଧାନକଂ ଟେନସନ୍ ବଢି ଯାଇଥିବା ଅଞ୍ଚଳରେ ଆଲୋଚନା ହେଉଛି। ହଜାର ହଜାର ଶୁଭେଚ୍ଛୁ ମାନଙ୍କ ଗହଣରେ ଜନ୍ମଦିନ ପାଳନ କରିଛନ୍ତି ବିଜେଡି ଯୁବ ନେତା ପ୍ରମୋଦ। ବହୁ ଜନପ୍ରତିନିଧି, ପୂର୍ବତନ ବ୍ଲକ ଅଧ୍ୟକ୍ଷ, ପୂର୍ବତନ ବ୍ଲକ ବିଜେଡି ସଭାପତି, ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ନିଜର ଦବଦବା ଜାହିର କରି ଏବେ ବେଶ୍ ଚର୍ଚ୍ଚାକୁ ଆସିଛନ୍ତି ପ୍ରମୋଦ। କବିସୂର୍ଯ୍ୟନଗର ବିଜୁ ଜନତା ଦଳରେ ଗୋଷ୍ଠୀ କନ୍ଦଳ ଏବେ ଥମିବାର ନାଁ ନେଉନି। ବିଧାୟିକାଙ୍କ ମନମୁଖୀ କାର୍ଯ୍ଯକୁ ନେଇ ଖପ୍ପା ବିଜେଡି ନେତା ଓ ଅଞ୍ଚଳବାସୀ। ଦୁର୍ନୀତିର ଚରମସୀମାରେ ପହଞ୍ଚିଥିବା ଏହି ନିର୍ବାଚନମଣ୍ଡଳୀରେ ଆଗାମୀ ସାଧାରଣ ନିର୍ବାଚନରେ ସ୍ଥାନୀୟ ନେତୃବୃନ୍ଦଙ୍କୁ ସୁଯୋଗ ଦେବା ପାଇଁ ହାଇ କମାଣ୍ଡ ପାଖରେ ଲବି କରୁଛନ୍ତି ବିଜେଡି ନେତା। ନଚେତ୍ ଏଠାରେ ବିଜେପି ଧସେଇ ପସିଯିବ ବୋଲି ମଧ୍ୟ କହୁଛନ୍ତି। ଏ ସବୁ ଭିତରେ ପ୍ରମୋଦ ନିଜର ଶକ୍ତି ବୃଦ୍ଧି କରୁଥିବା ବେଳେ ଆଗାମୀ ଦିନରେ କିଏ ମାରୁଛି ବାଜି ତାହା ହିଁ ଦେଖିବାକୁ ବାକି ରହିଲା।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
