You are currently viewing ନାଗରିକ କମିଟି ଆସିକା ବାସୀଙ୍କୁ ଘରବାରି ପଟ୍ଟା ଦାବୀ ନେଇ ଆନ୍ଦୋଳନକୁ ସଜବାଜ ।
ନାଗରିକ କମିଟି ଆସିକା ବାସୀଙ୍କୁ ଘରବାରି ପଟ୍ଟା ଦାବୀ ନେଇ ଆନ୍ଦୋଳନକୁ ସଜବାଜ ।

ଆସିକା, ୨୧/୧୨ ଆସିକା ନାଗରିକ କମିଟର ବୈଠକ ସୁନାମ୍ବ ସାହି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଛବିଳରାମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭାରେ ଆସିକା ସହରର ସାତଟି ମୌଜାର ଅଧିବାସୀମାନେ ଅଧିକୃତ କରି ରହିଥିବା ଗୃହ ଓ ଚାଷ ଜମିର ଘର ବାରି (ରୟାତିକ ପଟ୍ଟା) ଆଜି ପର୍ଯ୍ୟନ୍ତ ସରକାର ଯୋଗାଇ ଦେଇନଥିବାରୁ ସଭାରେ କ୍ଷୋଭ ପ୍ରକାଶ କରାଯାଇଥିଲା । ବାରମ୍ବାର ସରକାରଙ୍କୁ ଆସିକା ବାସୀ ଦୃଷ୍ଟି ଆର୍କଷଣ କରି ଆସୁଛନ୍ତି ଏବଂ ରାଜସ୍ବ ଓ ବିପର୍ଯ୍ୟ ପ୍ରଶମନ ପରିଚାଳନା ବିଭାଗ ସର୍ଭେ ଓ ସେଟେଲମେଣ୍ଟ ଓ ସତ୍ତ୍ବାଧିକାର ଦଲିଲ୍ ପ୍ରଦାନ ପାଇଁ ବାରମ୍ବାର ଘୋଷଣା ନାମା କରି ଆସୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏଥିପାଇଁ ତତ୍ ପରତା କରି ନଥିବାରୁ ସଭାରେ ବକ୍ତା ମାନେ ପ୍ରଶାସନକୁ ଅବହେଳା ପାଇଁ ଗଣ ଆନ୍ଦୋଳନ ଗଢି ତୋଳିବାକୁ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରେସ କ୍ଳବ ସଭାପତି ସତ୍ୟନାରାୟଣ ରଥ, ଅମଳାସଂଘନେତା ପ୍ରସନ୍ନ କୁମାର ତ୍ରିପାଠୀ, ଗଞ୍ଜାମ ଜିଲ୍ଲା ଘରୋଇ ବସ ସଂଘର ନେତା ସନ୍ତୋଷ କୁମାର ପୋଲାଇ, ଆଇନଜୀବୀ କେ.ବ୍ରହ୍ମାନନ୍ଦ ରାଓ, ସମାଜସେବୀ ସୁଦିପ୍ତା ପାଢୀ, ପୁର୍ବତନ କାଉନସିଲର ଏମ୍ .ତାରିଣୀ ସେନାପତି, ଶିକ୍ଷାବିତ ବନମାଳୀ ସାମନ୍ତରା ପ୍ରମୁଖ ବ୍ୟକ୍ତି ମାନେ ବକୃତା ଦେଇଥିଲେ । ଆସନ୍ତା ବୁଧବାର ୨୪ ତାରିଖ ଦିନ ନିର୍ଦ୍ଧାରିତ ସ୍ଥଳ ଲାଲାଗୋର୍ଜି ହନୁମାନ ମନ୍ଦିର ଠାରେ ଆସିକା ସହର ବାସୀ ଉପସ୍ଥିତ ହୋଇ ଶୋଭାଯାତ୍ରାରେ ଅଂଶଗ୍ରହଣ କରିବା ପାଇଁ ସଭାରୁ ସମସ୍ତ ସଦସ୍ୟ ଅନୁରୋଧ କରିଛନ୍ତି । ଉକ୍ତ ସଭାରେ ସୁରେନ୍ଦ୍ର ନାଥ ପାତ୍ର, ଅନିଲ କୁମାର ପାଣିଗ୍ରାହୀ, ବନମାଳୀ ସାମନ୍ତରା, କେ.ବ୍ରହ୍ମାନନ୍ଦ ରାଓ, ବିଜୟ ମହାନ୍ତି, ପ୍ରଦିପ କୁମାର ପାତ୍ର, ଏମ୍.ତାରଣୀ ସେନାପତି, ଆଇନଜୀବୀ ସୂର୍ଯ୍ୟ ପ୍ରକାଶ ରାଓଙ୍କୁ କମିଟି ସଦସ୍ୟ ଭାବେ ଗ୍ରହଣ କରିଥିବା ବେଳେ ଲକ୍ଷ୍ମୀ ନାରାୟଣ ଗୁପ୍ତାଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ସଂଗଠକ ଗଙ୍ଗାଧର ସତପଥି, ସମ୍ପାଦକ ଶକ୍ତି ପ୍ରସାଦ କର, କାଉନସିଲର କାହ୍ନୁଚରଣ ପାତ୍ର, ଗଜେନ୍ଦ୍ର କୁମାର ପାତ୍ର, ନିରଞ୍ଜନ ପଣ୍ଡା, ବୃନ୍ଦାବନ ସାହୁ, ସୁରେନ୍ଦ୍ରନାଥ ଦାସ, ଗୋପିନାଥ ରାଉତ ପ୍ରମୁଖ ବହୁ ବ୍ୟକ୍ତି ସଭାରେ ଅଂଶ ଗ୍ରହଣ କରିଥିଲେ । ଆଇନଜୀବୀ ଅନିଲ କୁମାର ପାଣିଗ୍ରାହୀ ସଭାକୁ ଧନ୍ୟବାଦ ପ୍ରଦାନ କରିଥିଲେ ।