*ଶିକ୍ଷକ ହେଉଛନ୍ତି ବିକାଶ ର ବିନ୍ଧାଣୀ : ଡ଼ାଃ ମୃଦଳା ଠାକୁର ପ୍ରଧାନ ।
ତାଳଚେର : (ଦିଲୀପ କୁମାର ଚୋପଦାର) କୋଇଲା ନଗରୀ ତାଳଚେର ର ଏକ ହୋଟେଲ ରେ ରୋଟାରୀ କ୍ଲବ,ତାଳଚେର ପକ୍ଷରୁ ରାଷ୍ଟ୍ର ନିର୍ମାଣ ପୁରସ୍କାର ଉତ୍ସବ ବଡ ଉତ୍ସାହ ଉଦ୍ଦୀପନା ତଥା ଅତିଥି ମାନଙ୍କ ଦ୍ଵାରା ରୋଟାରୀ କ୍ଲବ ର ପ୍ରତିଷ୍ଠାତା ପଲ୍ ହାରିସ ଙ୍କ ପ୍ରତିଛବି ରେ ପୁଷ୍ପ ମାଲ୍ୟ ତଥା ପ୍ରଦୀପ ପ୍ରଜ୍ୱଳନ ସହିତ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବକ ପାଳିତ ହୋଇ ଯାଇଛି ।

ରୋଟାରିଆନ ଡ଼ାଃ ସୁସ୍ମିତା ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅନୁଗୁଳ ଜିଲ୍ଲା ସହକାରୀ ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ବାରିକ, ମୁଖ୍ୟ ବକ୍ତା ରୂପେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ , ଓଡ଼ିଶା ରତ୍ନ ମାନନୀୟ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଧର୍ମପତ୍ନୀ ତଥା ବିକାଶ ଫାଉଣ୍ଡେସନ ର ଅଧ୍ୟକ୍ଷା ରୋଟାରିଆନ ଡ଼ାଃ ମୃଦଳା ଠାକୁର ପ୍ରଧାନ , ବିଶିଷ୍ଟ ଅତିଥି ରୂପେ ରୋଟାରିଆନ ଶୁଭ୍ରାଂଶୁ ତ୍ରିପାଠି , ରୋଟାରିଆନ ସୁରେଶ ସାହୁ, ସମ୍ପାଦକ ରୋଟାରିଆନ ଆଡଦ୍ଭୋକେଟ ହରେକୃଷ୍ଣ ପାତ୍ର ଙ୍କ ସହିତ ରୋଟାରୀ କ୍ଲବ ର ସମସ୍ତ କାର୍ଯ୍ୟକର୍ତ୍ତା ,ସଦସ୍ୟ ତଥା ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ଉତ୍ସବ ରେ ୧୮ ଜଣ ଶିକ୍ଷିକା/ ଶିକ୍ଷକ ଙ୍କୁ ଚୟନ ପୂର୍ବକ , ସେମାନଙ୍କ ଉଲ୍ଲେଖନୀୟ ଅବଦାନ ସକାଶେ ରୋଟାରୀ କ୍ଲବ ପକ୍ଷରୁ ଉପଢୌକନ ,ଫୁଲ ଦେଇ ସମ୍ମାନିତ କରି ସ୍ମୃତି ଚିହ୍ନ ଏବଂ ଉପହାର ସହିତ ପୁରସ୍କୃତ କରାଯାଇଥିଲା । ଏହି ଉପଲକ୍ଷେ ମୁଖ୍ୟ ବକ୍ତା ଡ଼ାଃ ମୃଦଳା ଠାକୁର ପ୍ରଧାନ ଶିକ୍ଷକ ମାନଙ୍କୁ ଭୂୟସୀ ପ୍ରଶଂସା ସହିତ କହିଥିଲେ ଯେ , ଶିକ୍ଷକ ମାନେ ହେଉଛନ୍ତି ବିକାଶ ର ବିନ୍ଧାଣୀ , ସେମାନଙ୍କ ଅବଦାନ ବିନା ଏକ ବୈଭବଶାଳୀ ରାଷ୍ଟ୍ର ରାଷ୍ଟ୍ର କଦାପି ଗଠନ ହୋଇ ପାରିବ ନାହିଁ । ଶିକ୍ଷକ ମାନେ ସମାଜର ମେରୁଦଣ୍ଡ କାରଣ ଗୁଣାତ୍ମକ ଶିକ୍ଷା ହେଉଛି ଆଦର୍ଶ ମନୁଷ୍ୟ ଗଠନ ର ଚାବିକାଠି ।

ପ୍ରକାଶ ଯୋଗ୍ୟ ଯେ, ଉତ୍ସବ ରେ କାର୍ଯ୍ୟରତ ସାମ୍ବାଦିକା ଏବଂ ସାମ୍ବାଦିକ ମାନଙ୍କୁ ମଧ୍ୟ ଅତିଥି ମାନଙ୍କ ଦ୍ଵାରା ଉପଢୌକନ ,ଫୁଲ ଏବଂ ସ୍ମୃତି ଚିହ୍ନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ସଭାପତି ରୋଟାରିଆନ ଡ଼ାଃ ସୁସ୍ମିତା ସାହୁ ଉତ୍ସବ ରେ ଘୋଷଣା କରିଥିଲେ ଯେ, ଆଗାମୀ ଦିନରେ ଏକ କୂତ୍ରିମ ଅଙ୍ଗ ପ୍ରତିରୋପଣ ଶିବିର ଆୟୋଜନ କରି ଦିବ୍ୟାଙ୍ଗ ମାନଙ୍କୁ ରୋଟାରୀ କ୍ଲବ ପକ୍ଷରୁ ସାହାଯ୍ୟ କରାଯିବ । ଡ଼ାଃ ସୁସ୍ମିତା ସାହୁ ଙ୍କ କାର୍ଯ୍ୟ କୁଶଳତା ,ପାରଦର୍ଶିତା ତଥା ସେବା ମନୋଭାବ କୁ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ। ରୋଟାରିଆନ ଜ୍ୟୋତିର୍ମୟୀ ମିଶ୍ର ଙ୍କ ମଞ୍ଚ ପରିଚାଳନା ଚିତ୍ତାକର୍ଷକ ଥିଲା ।

ପରେ ପରେ ଏକ ସହଭୋଜ କାର୍ଯ୍ୟ କ୍ରମ ରେ ସମସ୍ତେ ସମ୍ମିଳିତ ହୋଇଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ତାଳଚେର ଅଞ୍ଚଳ ରେ ରୋଟାରୀ କ୍ଲବ ପକ୍ଷରୁ ଶିକ୍ଷା,ସ୍ୱାସ୍ଥ୍ୟ,ଦକ୍ଷତା ,ସଚେତନତା ଆଦି କୁ ନେଇ ବିଭିନ୍ନ ସମୟ ରେ ଅନେକ କାର୍ଯ୍ୟ କ୍ରମ ହାତକୁ ନେଇ ସମ୍ପାଦନ କରା ଯାଉଛି ତେଣୁ ସବୁ ବର୍ଗ ରୁ ପ୍ରଶଂସା ର ସୁଅ ଛୁଟୁଛି।

