You are currently viewing କଇଠଖଣ୍ଡି ପୂର୍ବତନ ସରପଞ୍ଚ ହନୁ ଗୈାଡଙ୍କ ପରଲୋକ
କଇଠଖଣ୍ଡି ପୂର୍ବତନ ସରପଞ୍ଚ ହନୁ ଗୈାଡଙ୍କ ପରଲୋକ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହନୁ ଗୈାଡଙ୍କ ଶନିବାର ଦିନ ୭୮ ବର୍ଷ ବୟସରେ ପରଲୋକ ହୋଇଥିବା ଜଣାପଡିଛି । ଦୀର୍ଘ ବର୍ଷ ଧରି ପକ୍ଷାଘାତ ଭଳି ରୋଗରେ ପୀଡିତ ହୋଇଥିବା ବେଳେ ଆଜି ମଧ୍ୟାହ୍ନ ସାଢେ ଗୋଟାଏ ସମୟରେ ନିଜ ପୈତୃକ ଗ୍ରାମ ବୋରିପଦର ସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଖବରପ୍ରକାରେ , ବର୍ତ୍ତମାନର କଇଠଖଣ୍ଡି ସରପଞ୍ଚ ମନୋରଞ୍ଜନ ଗୈାଡଙ୍କ ପିତା ସ୍ବର୍ଗତ ହନୁ ଗୈାଡ ୧୯୪୬ ମସିହାରେ ଜନ୍ମଗ୍ରହଣ କରିଥିଲେ । ପରେ ସେ ଉଚ୍ଚଶିକ୍ଷା ଲାଭ କରିବା ପରେ ଜଣେ ଆଦର୍ଶ ଶିକ୍ଷକରୁ ଆରମ୍ଭ କରି ଶେଷରେ ପଞ୍ଚାୟତ ଅଧିନସ୍ଥ ମଧୁବନ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଦୀର୍ଘ ୧୮ ପୂର୍ବେ ସେ ଚାକିରୀ ଜୀବନରୁ ଅବସର ଗ୍ରହଣ ପରେ ପଞ୍ଚାୟତର ଉନ୍ନତି ସକାଶେ ୨୦୧୨ ମସିହାରେ ରାଜନୀତିରେ ଯୋଗଦେବା ପରେ ୨୦୧୨ – ୨୦୧୭ ଯାଏଁ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ଏଥିସହ ସେ ଦୀର୍ଘ ୪୦ ବର୍ଷ ଧରି ଷୋହଳ ଖଣ୍ଡ ତିନି ତାଲୁକା ଗୋପାଳ ସମାଜର ପୂର୍ବତନ ସଭାପତି ଏବଂ ଜିଲ୍ଲା ଉପସଭାପତି ଭାବେ ଦାୟିତ୍ଵ ତୁଲାଇଥିଲେ । ତେବେ ଦୀର୍ଘ ୨ ରୁ ୩ ବର୍ଷ ଧରି ସେ ପକ୍ଷାଘାତ ଭଳି ରୋଗରେ ପୀଡିତ ହେବା ସହ ସୁସ୍ଥ ମଧ୍ୟ ହୋଇଥିଲେ । ତେବେ ଆଜି ମଧ୍ୟାହ୍ନ ସମୟରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ସ୍ବର୍ଗତ ଶ୍ରୀ ଗୈାଡଙ୍କ ସ୍ତ୍ରୀ ଶୈଳ ଗୈାଡ , ତିନି ପୁଅ ଶ୍ବେତ ବସନ୍ତ ଗୈାଡ , ସରପଞ୍ଚ ମନୋରଞ୍ଜନ ଗୈାଡ , ବିଭୂତି ଭୂଷଣ ଗୈାଡ , ତିନି ବୋହୂ , ଝିଅ , ଜ୍ବାଇଁ ଏବଂ ୭ ଜଣ ନାତିନାତୁଣୀ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ଡ. ସୂର୍ଯ୍ୟନାରାୟଣ ପାତ୍ର , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର ପ୍ରମୁଖ ଗଭୀର ଦୁଃଖ ପ୍ରକାଶ କରିଥିଲେ । ଏଥିସହ ଦିଗପହଣ୍ଡି ପଞ୍ଚାୟତ ସମିତିର ନିର୍ବାଚିତ ପ୍ରତିନିଧି ସମେତ ପୂର୍ବତନ ନିର୍ବାଚିତ ପ୍ରତିନିଧି ସମେତ ମଧୁବନ କ୍ଳଷ୍ଟର ଅଧିନସ୍ଥ ସମସ୍ତ ବିଦ୍ଯାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶ୍ରୀ ଗୈାଡଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ ପରିବାରକୁ ସମବେଦନା ଜ୍ଞାପନ ଜଣାଇଥିଲେ । ପରିଶେଷରେ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା ।