ପୁରୁଷୋତ୍ତମପୁର ତା-୧୯l0୮/ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଓଡିଶା ସରକାର ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଗଞ୍ଜାମ ପକ୍ଷରୁ ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ଗତ ୧0 ରୁ ୨୩ ଯାଏଁ ଫାଇଲେରିଆ ନିରାକରଣ ପାଇଁ ଘର ଘର ଯିବା ସହିତ ବିଭିନ୍ନ ଶିକ୍ଷା ଅନୁଷ୍ଠାନ, ଏବଂ ବିଭିନ୍ନ ଅଫିସ ଦପ୍ତରକୁ ଯାଇ ତହସିଲଦାର ସନ୍ତୋଷ କୁମାର ସାହୁ, ବିଡ଼ିଓ ବିଜୟ କୁମାର ବେହେରା,

ଅତିରିକ୍ତ ତହସିଲଦାର ସୁନୀଲ କୁମାର ଟୁଡୁ, ଏନଏସି ଅଧ୍ୟକ୍ଷା’ ପ୍ରିୟଙ୍କା ଗୌଡ଼, କାର୍ଯ୍ୟନିର୍ଭାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର, କାଉସିଲର ଅଶୋକ କୁମାର ମହାଙ୍କୁଡଙ୍କୁ ସାମୁହିକ ଔଷଧ ସେବନ କରାଇବା ପରେ ଏହି କାର୍ଯ୍ୟକ୍ରମକୁ କିପରି ସଫଳ ରୂପାନ୍ତରିତ ହୋଇପାରିବ ସେଥିପାଇଁ ଜନସାଧାରଣ ମାନଙ୍କୁ ଫାଇଲେରିଆ ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ କରି ଫାଇଲେରିଆ କୀଟାଣୁକୁ ନଷ୍ଟ କରିବା ପାଇଁ ସାମୂହିକ ଔଷଧ ସେବନର ଆବଶ୍ୟକତା ଉପରେ ଜନସାଧାରଣଙ୍କୁ ସଚେତନତା କରେଇବାକୁ ଜନପ୍ରତିନିଧି

ମାନେ ଏଏନଏମ, ଆଶାକର୍ମୀ, ତାଲିମ୍ ପ୍ରାପ୍ତ ସ୍ଵେଚ୍ଛାସେବୀକୁ ସାହାଯ୍ୟ କରିବାକୁ ଆଲୋଚନା କରିଥିଲେ l ବର୍ତମାନ ଫାଇଲେରିଆ ନିରାକରଣ ଔଷଧ ସେବନ ୧୯ ତାରିଖ ଶେଷ ପ୍ରଯ୍ୟାୟ ଥିବା ବେଳେ ଆଉ ୩ ଦିନ ପାଇଁ ଔଷଧ ବିତରଣ ପାଇଁ ସମୟ ଧାର୍ଯ୍ୟ କରିଚି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଗଞ୍ଜାମ, ଏଏନଏମ,ଦିଦି ରାଜେଶ୍ୱରୀ ପାଣିଗ୍ରାହୀ,ଆଶାକର୍ମୀ, ତାଲିମ୍ ପ୍ରାପ୍ତ ସ୍ଵେଚ୍ଛାସେବୀ ରିଙ୍କି ବେହେରା, ସନ୍ତୋଷ ପଣ୍ଡା, ଟୁନି ବେହେରା, ସମସ୍ତ ୱାର୍ଡର ଆଶାକର୍ମୀ ମାନେ ଫାଇଲେରିଆ ନିରାକରଣ ଔଷଧ ସେବନ କାର୍ଯ୍ୟକ୍ରମ ରେ ସାହାଯ୍ୟ ସହଯୋଗ କରିଥିଲେ l

ରିପୋର୍ଟ ପ୍ରସନ୍ନ କୁମାର ଦାସ
