ବ୍ରହ୍ମପୁର , ୨୨/୦୯ – ( ଆରତ କୁମାର ହୋତା ) -:- ଓଡିଶା ର ନାଗରିକ ମାନଙ୍କ ପାଇଁ ଏକ ଦାୟିତ୍ୱଶୀଳ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଭାବେ ଆମର ପ୍ରାଥମିକ ଜିମ୍ମାବାରି ହେଉଛି ହାର୍ଟ ର ଯଥାଯଥ ଯତ୍ନ ନେବା ସମ୍ପର୍କରେ ସଚେତନତା କରାଇବା। ଏହାର ସନ୍ଦର୍ଭରେ, SUNSHINE Hospital, Bhubaneswar ସମଗ୍ର ମାସ ରେ ଏକାଧିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ୨୯ ସେପ୍ଟେମ୍ବର ବିଶ୍ୱ ହୃଦୟ ଦିବସ ଭାବେ ପାଳିତ ହୋଉଥିବାରୁ, SUNSHINE Hospital, Bhubaneswar ଆଜି ୨୨ ସେପ୍ଟେମ୍ବର ରବିବାର ରେ ସରସ୍ୱତୀ ଡିଗ୍ରୀ ବିଦ୍ୟାମନ୍ଦିର, ନୀଳକଂଠ ନଗର ସହ ମିଶି ଏକ ୱାକାଥନ୍ ଆୟୋଜନ କରିଥିଲା ।

ଉପରୋକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଧାୟକ ଶ୍ରୀ କେ. ଅନିଲ କୁମାର, ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ଅଧ୍ୟକ୍ଷ, ପି.ଜି. ପରିଷଦ, ଏବଂ SUNSHINE Hospital, Bhubaneswar ର ନିର୍ଦ୍ଦେଶକ ଡାକ୍ତର ଆୟସକାନ୍ତ ମହାନ୍ତି ଦ୍ୱାରା ସଚେତନତା ରାଲି ର ଶୁଭ ଆରମ୍ଭ ହୋଇଥିଲା। ସେଥି ସହିତ ଅତିରିକ୍ତ ଏସ.ପି. ଶ୍ରୀ ରମେଶ ସେଠି, ଡି.ଏସ.ପି……।., ଶ୍ରୀ ଏମ.ମୋହନ ରାଓ, ପ୍ରାଧାନାଚାର୍ଯ୍ୟ, ସରସ୍ୱତୀ ବିଦ୍ୟାମନ୍ଦିର, ସୁରେଶ ଆଚାର୍ଯ୍ୟ, ମୁଖ୍ୟଶିକ୍ଷକ, ସରସ୍ୱତୀ ଶିଶୁ ମନ୍ଦିର, ସନ୍ଦୀପ ପ୍ରୁଷ୍ଟି, ଡି.ଜି.ଏମ. ବିକାଶ ଓ ପ୍ରଗତି, SUNSHINE Hospital, Bhubaneswar, ଡାକ୍ତର ରିତେଶ ଆଚାର୍ଯ୍ୟ,

କର୍ଡିଓଲୋଜି କନ୍ସଲଟାଣ୍ଟ, ଡାକ୍ତର ସ୍ୱେତାଙ୍କ ଦାସ, CTVS କନ୍ସଲଟାଣ୍ଟ, SUNSHINE Hospital, Bhubaneswar ଏବଂ ବ୍ରହ୍ମପୁର ର ଯୁବ ସମାଜସେବୀ ତଥା ଫାର୍ମାସିଷ୍ଟ ଶ୍ରୀ ରଜୀବ କୁମାର ମିଶ୍ର, ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସରସ୍ୱତୀ ଡିଗ୍ରୀ ମହାବିଦ୍ୟାଳୟର ପ୍ରାଧାନାଚାର୍ଯ୍ୟ ଡାକ୍ତର ସୁବ୍ରତ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ।


