You are currently viewing ଆଠଗଡ଼ ପଲ୍ଲୀ ମଣ୍ଡଳ ତରଫରୁ ସମ୍ବର୍ଦ୍ଧନା ଉଛବ
ଆଠଗଡ଼ ପଲ୍ଲୀ ମଣ୍ଡଳ ତରଫରୁ ସମ୍ବର୍ଦ୍ଧନା ଉଛବ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଆଠଗଡ଼ ପଲ୍ଲୀ ମଣ୍ଡଳ ଅନ୍ତର୍ଗତ କାଳୀମେଘି ଗ୍ରାମ୍ୟକମିଟି ଆନୁକୁଲ୍ୟରେ ଶ୍ରୀଯୁକ୍ତ ଅଭିମନ୍ୟୁ ଜେନା ଓ ଶ୍ରୀଯୁକ୍ତ ଭଗବାନ ପୋଲାଇଙ୍କ ତତ୍ତ୍ଵାବଧାନରେ କେନ୍ଦ୍ର ସମ୍ପାଦକ ଶ୍ରୀ ନିଳାଞ୍ଚଳ ପୋଲାଇ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ଆଞ୍ଚଳିକ ପରିଷଦର ସଭାପତି ଶ୍ରୀ ଯୋଗିନ୍ଦ୍ର ବିଷୋୟୀ ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ଭୂୟାଁ ଉପ ସଭାପତି ଶ୍ରୀ ମହେଶ୍ୱର ଭୂୟାଁ ମଣ୍ଡଳ ସଭାପତି ଶ୍ରୀ ବଳଭଦ୍ର ଜେନା ଉପ ସଭାପତି ଶ୍ରୀ ଦୀପକ କୁମାର ବିଷୋୟୀ ବୁଗୁଡ଼ା କଲେଜ ଅଧ୍ୟାପକ ଶ୍ରୀ ଜୟରାମ ସାର୍ ଓ ଆମ ଜାତିର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତ ରେ ଅଞ୍ଚଳ ଅନ୍ତର୍ଗତ 4 ଜଣ ମେଧାବୀ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହାସଲ କରିଥିବା ଭାଇ ଭଉଣୀ ମାନଙ୍କୁ ସମ୍ବର୍ଦ୍ଧନା ଦେବାସହିତ ଜାତିର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ଓ ମାନବ ସେବାକୁ ମାଧବ ସେବାରୁପେ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଥିଲା ତତ୍ ସହିତ ଜଣେ ଆଦର୍ଶ ବୋହୂର ପରିବାର ପାଇଁ କର୍ତ୍ତବ୍ୟ ଉପରେ ପୁଙ୍ଖାନୁ ପଙ୍ଖା ଆଲୋଚନା ହୋଇଥିଲା ଶେଷରେ ସଭାପତିଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା