You are currently viewing ସେବା ପକ୍ଷ ପାଳନ ପାଇଁ ପ୍ରସ୍ତୁତି ବୈଠକ
ସେବା ପକ୍ଷ ପାଳନ ପାଇଁ ପ୍ରସ୍ତୁତି ବୈଠକ

କୋଦଳା
ବେଗୁନିଆପଡା ବ୍ଲକ ଏସ. ଛଚିନା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ସେବା ପକ୍ଷ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜୟନ୍ତୀ ପାଳନ ଉପଲକ୍ଷେ ସେବା ପକ୍ଷ ପାଳନ ଚଳିତ ମାସ ୧୭ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ବୁଧବାର ଦିନ କୋଦଳା ଏନ ଏ ସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ସେବାପକ୍ଷର ସଂଯୋଜକ ଆଭା ପରିଡା, ଆସିକା ସାଂସଦ ପ୍ରତିନିଧି ଆଲୋକ କୁମାର ଶତପଥି, ବେଗୁନିଆପଡା ମଣ୍ଡଳ ସଭାପତି ନିରଞ୍ଜନ ପ୍ରଧାନ,ମଣ୍ଡଳ ପ୍ରତିନିଧି ସିମାଞ୍ଚଳ ମହାନ୍ତି, ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ସେଠି, କେ. ବରିଡା ସମିତି ସଭ୍ୟା ପ୍ରତିନିଧି କୃଷ୍ଣ ଚନ୍ଦ୍ର ଗୌଡ଼ ଙ୍କ ଉପସ୍ଥିତିରେ ଅନୁଷ୍ଠିତ ଉକ୍ତ ବୈଠକରେ ସେବା ପକ୍ଷ ପାଳନର
ସୁ ପରିଚାଳନା ପାଇଁ ଆଲୋଚନା କରାଯାଇଥିଲା। ଏଥିପାଇଁ ରକ୍ତଦାନ ଶିବିର, ଚାରା ରୋପଣ ଆଦି ସୋସିଆଲ ୱାର୍କ କରିବା ପାଇଁ ଆଲୋଚନା ହୋଇଥିଲା । ଏଥିରେ ପଂଚାୟତ ପ୍ରମୁଖ, ବୁଥ ସଭାପତି, ସକ୍ରିୟ ସଦସ୍ୟ ଙ୍କ ସମେତ ବହୁ ସଙ୍ଘଠନ ର ସଦସ୍ୟ ଉପସ୍ଥିତ ଥିଲେ ।