You are currently viewing ଡ. ପରମାନନ୍ଦ ମିଶ୍ରଙ୍କ ଦୁଇଟି ଆଇନ ପୁସ୍ତକ ଉନ୍ମୋଚିତ।
ଡ. ପରମାନନ୍ଦ ମିଶ୍ରଙ୍କ ଦୁଇଟି ଆଇନ ପୁସ୍ତକ ଉନ୍ମୋଚିତ।

ଅନୁଗୋଳ ଜିଲ୍ଲା ର ବରିଷ୍ଠ ଆଇନଜୀବୀ ଡ. ପରମାନନ୍ଦ ମିଶ୍ରଙ୍କ ସ୍ୱଲିଖିତ ଦୁଇଟି ଆଇନ ସମ୍ପର୍କିତ ଅଣ୍ଡରଷ୍ଟାଣ୍ଡିଙ୍ଗ ସିଭିଲ ସୁଟ୍ସ ଓ ନାଭିଗେଟିଙ୍ଗ ମେଟ୍ରିମୋନିଆଲ ଲ ପୁସ୍ତକ ସ୍ଥାନୀୟ ଶାନ୍ତି ରେସିଡେନ୍ସି ହୋଟେଲ ଠାରେ ଉନ୍ମୋଚିତ ହୋଇଯାଇଛି। ଦେୱାନୀ ମୋକଦମା ଓ ବିବାହ ଓ ବିବାହ ବିବାଦ ଆଇନ ଉପରେ ଏହି ଦୁଇଟି ପୁସ୍ତକ ରଚନା କରାଯାଇଛି। ଅନୁଗୋଳର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରତାପ ପ୍ରିତିମୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୁସ୍ତକ ଉନ୍ମୋଚନ ସମାରୋହକୁ ଉଦଘାଟନ କରିଥିଲେ।

ମୁଖ୍ୟ ଅତିଥି ଡ. ମିଶ୍ରଙ୍କ ଲିଖିତ ପୁସ୍ତକ ଦୁଇଟି ସରଳ ଭାଷାରେ ଆଇନ ସମ୍ପର୍କିତ ବିଷୟ ଗୁଡିକୁ ରଚନା କରିଥିବାରୁ ଆଇନ ଛାତ୍ରଛାତ୍ରୀ ଓ ଯୁବ ଆଇନଜୀବୀ ମାନଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି କହିଥିଲେ। ଅନୁଗୋଳର ବରିଷ୍ଠ ଆଇନଜୀବୀ ଦିଲ୍ଲୀପ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରକାଶିତ ଦୁଇଟି ପୁସ୍ତକ ଆଇନଜୀବୀ ମାନଙ୍କ ପାଖରେ ଆଦୃତ ହେବ ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ କବି ଅରୁଣ କୁମାର ସାହୁ, ଅନୁଗୋଳ ଓକିଲ ସଂଘର ସଭାପତି ହିମାଂଶୁ ଭୂଷଣ ସାମଲ ପ୍ରମୁଖ ଯୋଗ ଦେଇଥିଲେ।

ପ୍ରାରମ୍ବରେ ପୁସ୍ତକର ରଚୟିତା ଡ. ପରମାନନ୍ଦ ମିଶ୍ର ତାଙ୍କ ବକ୍ତବ୍ୟରେ ସେ କାହିଁକି ଓ କିପରି ଏହି ଦୁଇଟି ପୁସ୍ତକ ରଚନା କରିଲେ ତାହା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଯୁବ ଆଇନଜୀବୀ ବିନୋଦ ସାମଲ (ଲିଟନ) ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ।ଏହି ଉନ୍ମୋଚନ ସମାରୋହରେ ବରିଷ୍ଠ ଆଇନଜୀବୀ ବସନ୍ତ ଦାସ, ମହେନ୍ଦ୍ର ବସ୍ତିଆ,ଅନୁପ ସେନଗୁପ୍ତ, ଦ୍ୱାରିକା ପ୍ରସାଦ ନନ୍ଦ,ଓକିଲ ସଂଘର ସାଧାରଣ ସମ୍ପାଦକ ଧ୍ରୁବ ଚରଣ ସାହୁ, ପ୍ରଦୀପ ଦେବତା, ସୁଶୀଲ ପ୍ରଧାନ, ପ୍ରଦୀପ ପଣ୍ଡା, ଅଜିତ ବିଶୋଇ,ପାର୍ଥସାରଥୀ ପ୍ରଧାନ, ରାକେଶ ସାହୁ, ଅରବିନ୍ଦ ମିଶ୍ର, ସୁଶାନ୍ତ ମିଶ୍ର, ବେନଜୀର ଷଡ଼ଙ୍ଗୀ, ସାମ୍ବାଦିକ ସଂଗ୍ରାମ ଦାସ, ରାହୁଲ ନନ୍ଦ, ସମାଜସେବୀ ତେତ୍ରାନନ୍ଦ ସାମନ୍ତ, ଅବସରପ୍ରାପ୍ତ ପ୍ରଶାସନ ଅଧିକାରୀ ବସନ୍ତ ଦାସ, ଲାୟନ୍ସ କ୍ଲବ ସଭାପତି ତ୍ରୋଲକ୍ଷ୍ୟ ଦେହୁରୀ, ଅଶୋକ ମୁରରକା, ରାଜୁ ଆଗ୍ରୱାଲଙ୍କ ସମେତ ସହରର ବହୁ ଆଇନଜୀବୀ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦେଥିଲେ।

ପୁସ୍ତକର ରଚୟିତା ଡ. ମିଶ୍ର ଜଣେ ବରିଷ୍ଠ ସରକାରୀ ଆଇନଜୀବୀ, ସୁଲେଖକ, ସଂଗଠକ ତଥା ସମାଜସେବୀ ଭାବେ ପରିଚିତ।