ବେଗୁନିଆପଡା:-ସରକାର ଲୋକଙ୍କୁ ଶହେ ଦିନ ର କାମ ଦେଇ ନିଯୁକ୍ତି କୁ ନିଶ୍ଚିତ କରିବା ପାଇଁ ଦୀର୍ଘ ଦିନ ହେବ ମନରେଗା ଯୋଜନା ଆରମ୍ଭ କରିଛନ୍ତି | ଆଉ ସେଥିପାଇଁ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | କିନ୍ତୁ ଏହି ଯୋଜନା ର ତଦାରଖ କେମିତି ହେଉଛି, ଲୋକଙ୍କ ନିକଟରେ ଅର୍ଥ ପହଁଚୁଛି ନା ନାହିଁ, କାର୍ଯ୍ୟ ଠିକ ହେଉଛି କି ନାହିଁ ତାହାର ତଦାରଖ ଠିକ ସେ ନ ହୋଇପାରିବା ଯୋଗୁଁ ସରକାରଙ୍କ କୋଟି କୋଟି ଟଙ୍କା ଅର୍ଥ ପାଣିରେ ପଡ଼ିବାକୁ ବସିଛି | କିଛି ମୁନଫାଖୋର ବ୍ୟକ୍ତି ଅସାଧୁ ଉପାୟରେ ଯୋଜନା ର ସମ୍ପୂର୍ଣ୍ଣ ଅର୍ଥ କୁ ଚଳୁ କରି ଦେବାକୁ ବସିଛନ୍ତି | ଆମେ କହୁଛୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ପଞ୍ଚାୟତ ର କନିଆରୀବାଡ଼ି ଗାଁ ର କଥା | ପୋଖରୀ ଖୋଳା କୁ ନେଇ ସରକାରଙ୍କ ତରଫରୁ ଆସିଥିବା ଲକ୍ଷାଧିକ ଟଙ୍କା ଏବେ ବାଟ ମାରଣା ହୋଇଥିବା ଅଭିଯୋଗ ଆସିଛି | ସୂଚନା ଫଳକ ନ ଥାଇ ପୋଖରୀ ଖୋଳା ଟଙ୍କା କୁ ଖାଇଦେଇଛନ୍ତି ଗାଁ ସାଥି | ଏହି ଅର୍ଥ ଲୁଟ ଘଟଣାରେ କୁଆଡେ ବେଗୁନିଆପଡା ବ୍ଲକ ର କିଛି ପ୍ରଶାସନିକ ଅଧିକାରୀ ସାମିଲ ଥିବା ମଧ୍ୟ ଶୁଣିବାକୁ ମିଳୁଛି | ଏକ ନଦୀ ର ହୁଡ଼ା ର ମାଟି କୁ ଆଡେଇ ଦେଇ ପୋଖରୀ ଖୋଳା ଯିବା କୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ବିନା ସୂଚନା ଫଳକ ରେ ଅସାଧୁ ଉପାୟରେ ଲକ୍ଷ ଲକ୍ଷ ହଡପ କରାଯାଇ ଥିବା ନେଇ ଅଭିଯୋଗ ଆସିଛି | ଏହି ଅର୍ଥ ଆତ୍ମସାତ ଘଟଣାକୁ ନେଇ ଭିଜିଲାନ୍ସ ତଦନ୍ତ କରାଯିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବୀ ଯୋର ଧରିଥିବା ବେଳେ ଆଗକୁ ଏହି ଦୁର୍ନୀତି ର ଚେର କୋଉ ପର୍ଯ୍ୟନ୍ତ ଲମ୍ବିଛି ତାକୁ ନେଇ ଖୋଲତାଡ଼ ଆରମ୍ଭ କରିବା ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି | ହେଲେ ଏ ନେଇ ବେଗୁନିଆପଡା ବ୍ଲକ ବିଡ଼ିଓ ଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ |ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
