You are currently viewing କୋଦଳା ତହସିଲ ପରିସରରେ ଯୌନ ଉତପିଡ଼ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଅତିରିକ୍ତ ଜିଲ୍ଲା ଦୌରାଜର୍ଜ
କୋଦଳା ତହସିଲ ପରିସରରେ ଯୌନ ଉତପିଡ଼ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଅତିରିକ୍ତ ଜିଲ୍ଲା ଦୌରାଜର୍ଜ

ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ପରିସରରେ ଆଜି ତାଲୁକା ଲିଗାଲ ଆଇନ ସେବା କମିଟି ତତ୍ୱାବଧାନ ରେ ଯୌନ ଉତପୀଡ଼ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଚିନ୍ମୟ ଗଛାୟତ ଯୋଗଦେଇ ମହିଳାଙ୍କ ଯୌନ ଉତପୀଡ଼ନ କିପରି ଘଟିଥାଏ, ଏହାକୁ କିପରି ସମ୍ମୁଖୀନ ହେବା, କିପରି ପ୍ରତିରୋଧ କରିବା ଆଦି ବିଷୟରେ ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ ଏଥିରେ ଜେ ଏମ ଏଫ ସି ବିମଳ ଲକ୍ଷ୍ମୀ ଚୌଧୁରୀ, ବର୍ଣାଳୀ ତ୍ରିପାଠୀ. ସରକାରୀ ଓକିଲ ବାଳକୃଷ୍ଣ ପଣ୍ଡା, ବରିଷ୍ଠ ଆଇନଯିବି ସୁବାସ ଚନ୍ଦ୍ର ସାହୁ, ବାର ସଭାପତି ପୁର୍ଣ ଚନ୍ଦ୍ର ମିଶ୍ର.. ସରକାରୀ ଓକିଲ ନୀଳାଞ୍ଚଳ ପଳାଇ,ଅବନୀ ମିଶ୍ର ଙ୍କ ସମେତ କୋର୍ଟ କର୍ମଚାରୀ ଉପସ୍ଥିତ ଥିଲେ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।