You are currently viewing ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର
ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର

ସାନଖେମୁଣ୍ଡି ପାଟପୁର ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟରେ +୩ ପ୍ରଥମ ବର୍ଷ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଶଙ୍କର ପ୍ରସାଦ ଅଧିକାରୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ରସାୟନ ବିଜ୍ଞାନ ଅଧ୍ୟାପକ ଡ. କୈଳାସ ଚନ୍ଦ୍ର ସ୍ବାଇଁ ଏହି

ତାଲିମ୍ ଶିବିର ଆୟୋଜନର ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିବା ସହ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ପ୍ରଶିକ୍ଷିକା ଭାବେ ଉଷାରାଣୀ ଦୋରା ନିଯୁକ୍ତି ପାଇଛନ୍ତି। ଏହି ତାଲିମ୍ ଶିବିରେ +୩ ପ୍ରଥମ ବର୍ଷର ସମସ୍ତ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହା ଆଠଦିନ ବ୍ୟାପୀ ଅନୁଷ୍ଠିତ ହେବ। କାର୍ଯକ୍ରମର ସଂଯୋଜିକା ତଥା ଇତିହାସ ଅଧ୍ୟାପିକା ଡ. ସାଲିନା କୁମାରୀ ବେହେରା ଏହାକୁ ପରିଚାଳନା କରିଥିଲେ।