You are currently viewing ହାଇକୋର୍ଟ କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତିଙ୍କ ଦ୍ଵାରା ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟର ସ୍ଥାୟୀ କୋଠା ଭିତ୍ତିପ୍ରସ୍ତର ସ୍ଥାପନ
ହାଇକୋର୍ଟ କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତିଙ୍କ ଦ୍ଵାରା ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟର ସ୍ଥାୟୀ କୋଠା ଭିତ୍ତିପ୍ରସ୍ତର ସ୍ଥାପନ

ବ୍ରହ୍ମପୁର , ୧୧/୧୧ -:- ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ପାଇଁ ଆଜି ହାଇକୋର୍ଟ କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତି ଜଷ୍ଟିସ ଡଃ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀଙ୍କ ଦ୍ଵାରା ଭିତ୍ତି ପ୍ରସ୍ତର ସ୍ଥାପିତ ହୋଇଅଛି । ଆଜି ଅପାରହ୍ନ ପ୍ରାୟ ସାଢେ଼ ଏକ ଘଣ୍ଟା ସମୟରେ ମୁଖ୍ୟ ବିଚାରପତି ଜଷ୍ଟିସ ଷଡ଼ଙ୍ଗୀଙ୍କ ସହ ଗଞ୍ଜାମ ଜିଲ୍ଲା ଦୌରା ଜର୍ଜ ଜଷ୍ଟିସ ରୁପଶ୍ରୀ ଚୌଧୁରୀ , ହାଇକୋର୍ଟ ବରିଷ୍ଟ ବିଚାରପତି ତଥା ଗଞ୍ଜାମ ଜିଲ୍ଲା ପ୍ରଶାସନିକ ଜର୍ଜ ଦେବବ୍ରତ ଦାସଙ୍କ ସହ ବହୁ ବିଚାର ବିଭାଗୀୟ ଅଧିକାରୀ ପ୍ରମୁଖ ସାହାସପୁର୍ ହାଟପଦା ସ୍ଥିତ ନୂତନ କୋର୍ଟ କୋଠା ପାଇଁ ଭୂମି ପୂଜନ ସହ ଭିତ୍ତିପ୍ରସ୍ତର ସ୍ଥାପନରେ ଉପସ୍ଥିତ ରହିଥିଲେ ।

ଆୟୋଜିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉଭୟ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରାବଣ ବିବେକ ଏବଂ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା,ଆସିକା ଏଡ୍ଡିପିଓ ଉମାଶଙ୍କର ସିଂ, ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଉପସ୍ଥିତ ରହିଥିଲେ । ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ଦଣ୍ଡାଧିକାରୀ ସୋରେନ ବସ୍ତିଆ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବାର ଆସୋସିଏସନ କାଉଁନସିଲ ପକ୍ଷରୁ ସଭାପତି ଚନ୍ଦ୍ରଧ୍ଵଜ ସିଂ ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ ଙ୍କ ସମେତ ସମସ୍ତ ଆଇନଜୀବୀ ଏବଂ ଅଞ୍ଚଳ ଜନ ପ୍ରତିନିଧି ଉପସ୍ଥିତ ଥିଲେ। ପାଟପୁର ଥାନା ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।