କୋଦଳା (୩୦/୧୧ /୨୦୨୩)
ଗ୍ରାମାଞ୍ଜଳ ଗୁଡ଼ିକରେ ଶ୍ରମିକ ମାନଙ୍କୁ ରୋଜଗାର ଦେବା ଉଦେଶ୍ୟରେ କେନ୍ଦ୍ର ସରକାରଙ୍କ ପ୍ରଚଳିତ ମନରେଗା ଯୋଜନା ଏବେ ପଥଭ୍ରଷ୍ଟ ହେଉଥିବା ଦେଖିବାକୁ ମିଳିଛି। ଏଥିପାଇଁ ପ୍ରଶାସନିକ କ୍ଷେତ୍ରରେ ଲଗାମ ରହୁନି। ଗ୍ରାମାଞ୍ଚଳରେ ରାସ୍ତା ଘାଟର ଉନ୍ନତିକରଣ, ନୂତନ ପୋଖରୀ ଖନନ, ପୋଖରୀରୁ ପଙ୍କ ଉଦ୍ଧାର ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ କେନ୍ଦ୍ର ସରକାର ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଜରିଆରେ ଖଣ୍ଡପଡ଼ା ବ୍ଲକ ପ୍ରଶାସନକୁ କୋଟି କୋଟି ଟଙ୍କାର ଅନୁଦାନ ଅର୍ଥ ଯୋଗାଇ ଦେଉଛନ୍ତି। ମାତ୍ର ଵ୍ଲକ ପ୍ରଶାସନ ଉଦାସୀନତା ଯୋଗୁଁ ଏବେ ମନରେଗା ଯୋଜନାରେ କାର୍ଯ୍ଯ କରି ଶତାଧିକ ମହିଳା ଓ ପୁରୁଷ ଶ୍ରମିକ ନିଜର ମଜୁରୀ ପାଇବାରୁ ବଞ୍ଚିତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଖଣ୍ଡିଆନଈ ପଞ୍ଚାୟତର ତିରିଡା ଗ୍ରାମରୁ ଆସିଛି ଏଭଳି ଅଭିଯୋଗ। ସୂଚନା ଅନୁସାରେ ଉକ୍ତ ଗ୍ରାମରେ ୨ ଟି ମାଟି ରାସ୍ତା କାର୍ଯ୍ଯ କରି ୨ ଲକ୍ଷ ୫୦ ହଜାର ଟଙ୍କା ମଜୁରୀ ବାବଦରେ ପାଇବାକୁ ବାକି ଅଛନ୍ତି ଶ୍ରମିକ ମାନେ। କିନ୍ତୁ ହଠାତ୍ ସେମାନଙ୍କ କାର୍ଯ୍ୟକୁ ବନ୍ଦ କରି ଦିଆଯାଇଥିବା ବେଳେ ମଜୁରୀ ବି ପ୍ରଦାନ କରାଯାଉ ନାହିଁ। ଶ୍ରମିକ ମାନେ କାର୍ଯ୍ୟ କରୁଥିବା ସମୟରେ ବ୍ଲକର ବିଏଫ ଟି ନିଜେ ଉପସ୍ଥିତ ରହି ସମସ୍ତ ଫଟୋ ମଧ୍ୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟକୁ ପଠାଇଛନ୍ତି। କାର୍ଯ୍ଯ କରାଯିବାର ସମସ୍ତ ତଥ୍ୟ ପ୍ରମାଣ ଥାଇ ମଧ୍ୟ କାହା ଚାପରେ ବିଲ୍ କରା ଯାଉନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। ଆଉ ଏହାକୁ ନେଇ ଶତାଧିକ ଶ୍ରମିକ ବିଡିଓ ପ୍ରଜ୍ଞା ପ୍ରିୟଦର୍ଶିନୀକୁଂ କୈଫିୟତ ମାଗିଛନ୍ତି। ତେବେ ପ୍ରଶ୍ନ ଉଠୁଛି ବିଭିନ୍ନ ସ୍ଥାନରେ ମନରେଗା ଜିଲ୍ଲା ଉତ୍ତମ ପ୍ରଦର୍ଶନ କରି ଦେଶରେ ପୁରସ୍କୃତ ହେଉଥିବା ବେଳେ ବେଗୁନିଆପଡ଼ା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ କାହା ଚାପରେ ବଶୀଭୂତ ହୋଇ ଲୋକକଂ ମଜୁରୀ ଦେଉ ନାହାନ୍ତି। ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀଙ୍କୁ ଶତାଧିକ ଶ୍ରମିକ ଗୁରୁବାର ଭେଟି ଅଭିଯୋଗ କରିଥିବା ବେଳେ ବିଡିଓ ଏନେଇ ଅନୁଧ୍ୟାନ କରିବି ବୋଲି କହିଛନ୍ତି। ଅପରପକ୍ଷେ ଘଟଣା ପଛରେ ରାଜନୈତିକ ଅଭିସନ୍ଧି ରହିଥିବା ମଧ୍ୟ ସନ୍ଦେହ କରାଯାଉଛି। ରାଜନୈତିକ ଉଦ୍ଦେଶ୍ୟ ରଖି ଗରିବ ଲୋକଙ୍କ ମଜୁରୀ ବନ୍ଦ କରାଯାଇଥିବା ଏବଂ ବିଡିଓ ଚାପରେ ଏଭଳି କାର୍ଯ୍ୟ କରୁଥିବା ମଧ୍ୟ ଆଲୋଚନା ହେଉଛି। ଯାହାକୁ ନେଇ ଗରିବ ମଜୁରୀଆ ମାନେ କ୍ଷୋଭ ପ୍ରକାଶ କରିଥିବା ବେଳେ ତୁରନ୍ତ ମଜୁରୀ ପ୍ରଦାନ କରା ନଗଲେ ବ୍ଲକ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଗାମୀ ଦିନରେ ଧାରଣା ଦେବେ ବୋଲି କହିଛନ୍ତି ତିରିଡା ଗ୍ରାମର ଶତାଧିକ ଶ୍ରମିକ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
