You are currently viewing ଆମାଜନ ପକ୍ଷରୁ ‘ପ୍ରୋଜେକ୍ଟ ଆଶ୍ରୟ’ର ଶୁଭାରମ୍ଭ
ଆମାଜନ ପକ୍ଷରୁ ‘ପ୍ରୋଜେକ୍ଟ ଆଶ୍ରୟ’ର ଶୁଭାରମ୍ଭ

କଟକ: ଡେଲିଭରି ସହଯୋଗୀଙ୍କ ସୁସ୍ଥତାକୁ ସମର୍ଥନ କରିବା ପାଇଁ ନିଜର ଦୃଢ ପ୍ରତିବଦ୍ଧତାର ଅଂଶ ଭାବେ ଆମାଜନ ଇଣ୍ଡିଆ ପକ୍ଷରୁ ‘ପ୍ରୋଜେକ୍ଟ ଆଶ୍ରୟ’ର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହି ପ୍ରୋଗ୍ରାମ ମାଧ୍ୟମରେ ସମଗ୍ର ଲିଜିଷ୍ଟିକ ଇଣ୍ଡଷ୍ଟ୍ରୀରେ କାର୍ଯ୍ୟରତ ଡ୍ରାଇଭର୍‌ମାନେ ଦିଲ୍ଲୀ ଏନ୍‌ସିଆର୍‌, ବେଙ୍ଗାଲୁରୁ ଓ ମୁମ୍ବାଇ ଭଳି ସହରଗୁଡିକରେ ରଣନୈତିକ ସ୍ଥାନରେ ରେଷ୍ଟ-ପଏଂଟ୍‌ଗୁଡିକ ଉପଲବ୍ଧ ପାଇପାରିବେ । ଗୁରୁଗ୍ରାମର ସେକ୍ଟର ୪୭, ମାଲିବୁ ଟାଉନ, ବୋଲିଭାର୍ଡଠାରେ ଇଂଟରନ୍ୟାଶନାଲ ଲେବର ଅର୍ଗାନାଇଜେଶନର ଇଣ୍ଡିଆ କଂଟ୍ରି ଡାଇରେକ୍ଟର ମିସିକୋ ମିୟାମୋଟୋଙ୍କ ଦ୍ୱାରା ପ୍ରଥମ ଆଶ୍ରୟ ସେଂଟରକୁ ଉଦ୍‌ଘାଟନ କରାଯିବା ସହିତ ଉଦ୍ୟାସା ଫାଉଣ୍ଡେଶନ ସହ ସହଭାଗିତାରେ ପ୍ରାରମ୍ଭିକ ପାଇଲଟ ପ୍ରକଳ୍ପ ଅଧିନରେ ଅତ୍ୟଧିକ ଜନଗହଳିପୂର୍ଣ୍ଣ ସ୍ଥାନରେ ୫ଟି ଆଶ୍ରୟ ସେଂଟର ସ୍ଥାପନ କରାଯିବ । “ପ୍ରୋଜେକ୍ଟ ଆଶ୍ର୍ରୟ’ ହେଉଛି ଡ୍ରାଇଭରମାନଙ୍କ ଅଭିଜ୍ଞତା ଓ ସୁସ୍ଥତାକୁ ଉନ୍ନତ କରିବା ପାଇଁ ଆମର ବ୍ୟାପକ ପ୍ରୟାସଗୁଡିକର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଜରୁରୀ ସୁବିଧାଗୁଡିକ ସହ ଉତ୍ସର୍ଗୀକୃତ ରେଷ୍ଟ ପଏଂଟ୍ ପ୍ରଦାନ କରି ଆମେ ଆମାଜନ ହେଉ କିମ୍ବା ଅନ୍ୟ କମ୍ପାନୀ, ସମସ୍ତ ଡେଲିଭରି ସହଯୋଗୀମାନେ ଯେପରି କାର୍ଯ୍ୟ କରିବା ସମୟରେ ସର୍ବୋତମ ସମ୍ଭବ ଓ ସବୁଠାରୁ ଆରାମଦାୟକ ପରିବେଶ ପାଇପାରିବେ ତାହା ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛୁ” ବୋଲି ଆମାଜନ ଇଣ୍ଡିଆର ପରିଚାଳନା ବିଭାଗର ଉପାଧ୍ୟକ୍ଷ ଅଭିନବ ସିଂହ କହିଛନ୍ତି ।
ସେହିପରି ଇଂଟରନ୍ୟାଶନାଲ ଲେବର ଅର୍ଗାନାଇଜେଶନର ଇଣ୍ଡିଆ କଂଟ୍ରି ଡାଇରେକ୍ଟର ମିସିକୋ ମିୟାମୋଟୋ କହିଛନ୍ତି,“ଆମାଜନର ଆଶ୍ରୟ ସେଂଟର୍‌ଗୁଡିକର ଶୁଭାରମ୍ଭ ଡେଲିଭରି ସହଯୋଗୀଙ୍କ ପାଇଁ ଆରାମ କରିବା ଓ ପୁନର୍ବାର ସକ୍ରିୟ ହେବା ଲାଗି ସୁରକ୍ଷିତ ଓ ଆରାମଦାୟକ ସ୍ଥାନ ପାଇଁ ପର୍ଯ୍ୟାପ୍ତ ପହଂଚ ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ । ଆମେ ଆଶା କରୁଛୁ ଯେ, ଏଭଳି ଉତମ କାର୍ଯ୍ୟଗୁଡିକ ଭାରତ ଓ ବିଶ୍ୱବ୍ୟାପୀ ଅଧିକ ହିତାଧିକାରୀଙ୍କୁ ପ୍ଲାଟ୍‌ଫର୍ମ କର୍ମଚାରୀଙ୍କୁ ଶ୍ରମ ଓ ସାମାଜିକ ସୁରକ୍ଷା ପ୍ରଦାନ କରିବା କ୍ଷେତ୍ରରେ ପଦକ୍ଷେପ ଗ୍ରହର କରିବା ପାଇଁ ଅନୁପ୍ରାଣିତ କରିପାରିବ ।”
ଏହି ରେଷ୍ଟ ପଏଂଟ୍‌ଗୁଡିକ ଯାତ୍ରା କରିବା ସମୟରେ ଡ୍ରାଇଭରମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତାକୁ ପୂରଣ କରିବା ଲାଗି ସ୍ୱତନ୍ତ୍ର ଭାବେ ନିର୍ମିତ ସୁବିଧାଗୁଡିକର ଏକ ଶୃଙ୍ଖଳା ପ୍ରଦାନ କରିବ । ଏହି ରେଷ୍ଟ-ପଏଂଟ୍‌ଗୁଡିକରେ ଆରାମଦାୟକ ସିଟ୍‌, ସ୍ୱଚ୍ଛ ପାନୀୟ ଜଳ ପାଇଁ ପହଂଚ ଓ ମୋବାଇଲ ଚାର୍ଜିଙ୍ଗ ଷ୍ଟେସନ ଉପଲବ୍ଧ ହେବ । ଏହି ଆଶ୍ରୟ ସେଂଟରଗୁଡିକ ବୃହତ ସମୁଦାୟଗୁଡିକର ଆବଶ୍ୟକତା ପୂରଣ କରିବ, ଭିନ୍ନ ଭିନ୍ନ କମ୍ପାନୀଗୁଡିକର ଡେଲିଭରି ସହଯୋଗୀଙ୍କୁ ପହଂଚ ପ୍ରଦାନ କରିବ । ପ୍ରତ୍ୟେକ ସେଂଟର୍‌ରେ ଏକାସଙ୍ଗେ୧୫ ଜଣ ପର୍ଯ୍ୟନ୍ତ ଲୋକ ବିଶ୍ରାମ କରିପାରିବେ ଏବଂ ଏହା ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ପରିଚାଳିତ ହେବ । ଏହି ସେଂଟର୍‌ର ବ୍ୟବହାର ମାଗଣା ରହିବ ଏବଂ ପ୍ରତି ଡେଲିଭରି ସହଯୋଗୀଙ୍କ ପାଇଁ ପ୍ରତିଥର ଭିଜିଟ୍ ସମୟ ୩୦ ମିନିଟ୍ ପର୍ଯ୍ୟନ୍ତ ସୀମିତ ରହିବ । ଆମାଜନ ଡେଲିଭରି ସହଯୋଗୀଙ୍କ ମଧ୍ୟରେ ଏଭଳି ରେଷ୍ଟ ପଏଂଟ୍‌ଗୁଡିକ ସମ୍ପର୍କରେ ସଚେତନତା ବଢାଇବା ପାଇଁ ଏକାଧିକ ପଦକ୍ଷେପକୁ କାର୍ଯ୍ୟକାରୀ କରିବ । ଏହାଛଡା ଆମାଜନ ଡେଲିଭରି ସହଯୋଗୀଙ୍କ ପାଇଁ ସହଜ ପହଂଚ ଲାଗି ଗୁଗଲ ମ୍ୟାପ୍‌ରେ ରେଷ୍ଟ ପଏଂଟ୍‌ଗୁଡିକର ଲୋକେଶନକୁ ଅନ୍ତର୍ଭୁକ୍ତ କରାଯିବ । ଡେଲିଭରି ସହଯୋଗୀଙ୍କ ପାଇଁ ଏହି ସେଂଟରଗୁଡିକରେ ପାର୍କିଙ୍ଗ୍ ସ୍ଥାନ ମଧ୍ୟ ଦିଆଯିବ ।
ଆମାଜନ ଇଣ୍ଡିଆ ଆସନ୍ତା ମାସଗୁଡିକରେ ପ୍ରୋଜେକ୍ଟ ଆଶ୍ରୟ ଅଧିନରେ ଅତିରିକ୍ତ ରେଷ୍ଟିଙ୍ଗ ପଏଂଟ୍ ସ୍ଥାପନ କରିବା ପାଇଁ ପବ୍ଲିକ୍‌-ପ୍ରାଇଭେଟ ପାର୍ଟନରସିପ (ପିପିପି) ମଡେଲଗୁଡିକୁ ମଧ୍ୟ ଅନ୍ୱେଷଣ କରୁଛି । ଏହି ପ୍ରସ୍ତାବିତ ଫ୍ୟାସିଲିଟି ମହିଳା ଡ୍ରାଇଭରଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଗାର୍ଡେଡ ରେଷ୍ଟରୁମ୍‌, ବର୍ଷା ଦିନ କିମ୍ବା ହିଟ୍‌ୱେଭ ସମରେ ରହଣୀସ୍ଥଳ, ପାନୀୟ ଜଳ, ଏକ ମୋବାଇଲ ଫୋନ ଚାର୍ଜିଙ୍ଗ ଫ୍ୟାସିଲିଟି, ଇଂଟରନେଟ କନେକ୍ଟିଭିଟି, ଫାର୍ଷ୍ଟ ଏଡ୍ ସପୋର୍ଟ ଓ ସରକାରୀ-ସବ୍‌ସିଡିଯୁକ୍ତ ମୂଲ୍ୟରେ ଏକ ଇଲେକ୍‌ଟ୍ରିକ ଦୁଇଚକିଆ ଯାନ ଚାର୍ଜିଙ୍ଗ୍ ଫ୍ୟାସିଲିଟିକୁ ଅନ୍ତର୍ଭୁକ୍ତ କରିବ । ଏହାଛଡା ଆମାଜନ ଟ୍ରକ୍ ଡ୍ରାଇଭରମାନଙ୍କ ପାଇଁ ଏକ ବିସ୍ତୃତ ସ୍ୱାସ୍ଥ୍ୟ ଓ ସୁସ୍ଥତା କାର୍ଯ୍ୟକ୍ରମ ‘ସୁଶ୍ରୁତ’ ଏବଂ ଡେଲିଭରି ସହଯୋଗୀଙ୍କ ପିଲାମାନଙ୍କ ଶିକ୍ଷାରେ ସହଯୋଗ କରୁଥିବା ‘ପ୍ରତିଧି’ ବୃତି ଭଳି ପଦକ୍ଷେପଗୁଡିକର ଶୁଭାରମ୍ଭ କରିଛି ।