You are currently viewing ଧାନର କଟନୀ ଛଟନି କୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନପାଇଁ ପ୍ରସ୍ତୁତି ,
ଧାନର କଟନୀ ଛଟନି କୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନପାଇଁ ପ୍ରସ୍ତୁତି ,

(ତହସିଲଦାର ପହଞ୍ଚି କଲେ ସମାଧାନ l

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡଖରିଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଚାଷୀ ମାନେ କଟନୀ ଛଟନୀ କୁ ବିରୋଧ କରି ଆନ୍ଦୋଳନ ପାଇଁ ବସି ଥିଲେ | ଧାର କରଜ କରି କିମ୍ବା ବେଙ୍କ ରୁ ରୁଣ ଆଣି ଧାନ ପରିବା ଚାଷ କରି ଥିଲେ | ତେବେ ଲଘୁଚାପ ବର୍ଷା ରେ ସବୁ ଫସଲ ନଷ୍ଟ ହୋଇ ଯାଇଥିଲା ବିଶେଷ କରି ସାରାବର୍ଷ ପାଇଁ ଅମଳ ହେବାପାଇଁ ଯାଉଥିବା ଧାନ ଫସଲ ସମ୍ପୂର୍ଣ ନଷ୍ଟ ହୋଇ ଯାଇଥିଲା | ତେବେ ରାଜ୍ୟ ସରକାର ଚାଷୀ ମାନଙ୍କ ପାଇଁ ସବୁ ବ୍ୟବସ୍ତା କରିବାକୁ ପ୍ରତିଶୃତି ଦେଇ ଧାନ ମଣ୍ଡିରେ ଦେବା ପାଇଁ କହିଥିଲେ |

ତେବେ ମିଲର ଙ୍କ ଦୌରାତ୍ମ୍ୟ ଯୋଗୁଁ ଚାଷୀ ମାନେ ଟୋକେନ ପାଇ ମଧ୍ୟ ଧାନ ଦେବାକୁ ଗଲା ବେଳେ ଚାଷୀ ମାନଙ୍କୁ ବସ୍ତା ପିଛା 5ରୁ 7କେଜି ଧାନ ନେବାପାଇଁ ମିଲର ମାନେ ବାଧ୍ୟ୍ୟ କରିବାରୁ ଚାଷୀ ମାନେ ଆନ୍ଦୋଳନ କରିବାକୁ ବ୍ୟବସ୍ତା କରୁଥିଲା ବେଳେ କୌଣସି ସୂତ୍ରରୁ ଖବର ପାଇ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ପହଞ୍ଚି ଚାଷୀ ମାନଙ୍କୁ ବୁଝା ସୁଝା କରି ଚାଷୀ ମାନେ ଧାରଣା ଦେବାରୁ ଓହରି ଥିଲେ |

ଏହି ଧାରଣା ସ୍ଥଳରେ ଥିବା ଚାଷୀ ମାନେ ହେଲେ ଗୋପାଳ ବାରିକ, ମୋହିନୀ ଗୌଡ଼, ରମେଶ ଦଳାଇ, ଅନିଲ କୁମାର ଦାସ, ମହେଶ୍ୱର ଗୌଡ଼, ରାଜ କିଶୋର ପଲେଇ ଏବଂ ଅନ୍ୟାନ୍ୟ ଚାଷୀ ମାନେ ଉପସ୍ଥିତ ଥିଲେ l ( ରିପୋର୍ଟ ପ୍ରସନ୍ନ କୁମାର ଦାସ)