You are currently viewing ଆଶାକର୍ମୀ ବିଷ୍ଣୁ ପ୍ରିୟାଙ୍କ ମୃତ୍ୟୁରେ ବାପା ଓ ମା ଛେଉଣ୍ଡ ପିଲାମାନଙ୍କୁ ସରକାରୀ ସାହାଯ୍ୟ ପାଇଁ ଦାବୀ କଲେ :: (ଆଶାକର୍ମୀ ସଙ୍ଘ )
ଆଶାକର୍ମୀ ବିଷ୍ଣୁ ପ୍ରିୟାଙ୍କ ମୃତ୍ୟୁରେ ବାପା ଓ ମା ଛେଉଣ୍ଡ ପିଲାମାନଙ୍କୁ ସରକାରୀ ସାହାଯ୍ୟ ପାଇଁ ଦାବୀ କଲେ :: (ଆଶାକର୍ମୀ ସଙ୍ଘ )

ପୁରୁଷୋତ୍ତମପୁର ତା 0୩/୧0/ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସି ଅଞ୍ଚଳ ରେ ପୂର୍ବାହ୍ନ ୧୧ ଘଂଟିକା ସମୟରେ ଓଡିଶା ରାଜ୍ୟ ଆଶାକର୍ମୀସଂଘ ପୁରୁଷୋତ୍ତମପୁର ବ୍ଲକ କମିଟି ଭାରତୀୟ ମଜ଼ଦୁର ସଂଘ ଅନୁବନ୍ଧିତ ଦ୍ୱାରା ପୁରୁଷୋତ୍ତମପୁର ଏନଏସି ଅଞ୍ଚଳର ଆଶାକର୍ମୀ ସ୍ବର୍ଗତା ବିଷ୍ଣୁ ପ୍ରିୟା ବେହେରାଙ୍କ ସ୍ମୃତିରେ ଯିଏ କି ଚଳିତ ୨୬, ମଙ୍ଗଳବାର ଦିନ ବ୍ରେନ ଷ୍ଟ୍ରୋକରେ ମୃତ୍ୟୁ ବରଣ କରିଥିଲେ l ଶ୍ରଦ୍ଧାଞ୍ଜଳି ସହ ପଦ ଯାତ୍ରା କରି ସ୍ବର୍ଗତା ବିଷ୍ଣୁ ପ୍ରିୟା ଦିଦିଙ୍କ ବାସଭବନ ସମ୍ମୁଖରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି l

ଉକ୍ତ ସଭାରେ ଗଞ୍ଜାମ ଜିଲ୍ଲା ଭାରତ ମଜଦୂର ସଙ୍ଘର ପ୍ରଭାରୀ ଶ୍ରୀ ବିଜୟ କୁମାର ପାତ୍ର, ଭାରତ ମଜଦୂର ସଙ୍ଘର ଜିଲ୍ଲା ସଭାପତି ନାରାୟଣ ସାବତ,ଭାରତ ମଜଦୂର ସଙ୍ଘର ଜିଲ୍ଲା ଉପସଭାପତି ତଥା ଗଞ୍ଜାମ ଜିଲ୍ଲା ଆଶାକର୍ମୀ ସଂଘ ପ୍ରଭାରୀ ମଧୁସୂଦନ ମହାପାତ୍ର, ଜିଲ୍ଲା ଆଶାକର୍ମୀ ସଂଘର ସଭାନେତ୍ରୀ ରେଣୁବାଳା ସାହୁ, ସମ୍ପାଦିକା ବବିତା ରାଉତ,କୋଷାଧ୍ୟ୍ୟଖା ସସ୍ମିତା ପାଢ଼ୀ, ତଥା ପ୍ରାୟ ସମସ୍ତ ବ୍ଲକ ର ସଭାନେତ୍ରୀ, ସମ୍ପାଦିକା, ତଥା ସେକ୍ଟର ମୁଖ୍ୟ ତା ସହିତ ପୁରୁଷୋତ୍ତମପୁର ବ୍ଲକ ତଥା ଏନଏସିର ସମସ୍ତ ଆଶାକର୍ମୀ ଉପସ୍ଥିତ ଥିଲେ l

ଉକ୍ତ କାର୍ଯ୍ୟକ୍ରମ କୁ ପୁରୁଷୋତ୍ତମପୁର ବ୍ଲକ ସଭାନେତ୍ରୀ ରାଜଲକ୍ଷ୍ମୀ ପଣ୍ଡା, ସମ୍ପାଦିକା ପ୍ରମୋଦିନୀ ଦୋରା ବ୍ଲକ ଆଶାକର୍ମୀଙ୍କ ସହଯୋଗ ରେ ସମ୍ପାଦନ କରିଥିଲେ l ପ୍ରାୟ ଆସିଥିବା ସମସ୍ତ ବ୍ଲକର ସଭାନେତ୍ରୀ ଆଶାକର୍ମୀଙ୍କ ଠାରୁ ଆର୍ଥିକ ସାହାଯ୍ୟ ଗ୍ରହଣ କରି ଏବଂ ନିଜ ଆର୍ଥିକ ସାହାଯ୍ୟ କୁ ମିଶେଇ ବିଷ୍ନୁପ୍ରିୟା ଦିଦିଙ୍କ ନାବାଳିକା ଝିଅ ଓ ନାବାଳକ ପୁଅଙ୍କୁ ବିଷ୍ଣୁ ପ୍ରିୟା ଦିଦିଙ୍କ ଭାଇ ତଥା ମାଙ୍କ ଉପସ୍ଥିତିରେ କିଛି କିଛି ଅର୍ଥ ସଂଗ୍ରହ କରି ୨ ନାବାଳକଙ୍କୁ ଆର୍ଥିକ ସାହାଯ୍ୟ କରିଥିଲେ l ପ୍ରଭାରୀ ଶ୍ରୀ ବିଜୟ ଭାଇ, ତଥା ଅନ୍ୟ ମାନେ ତାଙ୍କ ବକ୍ତବ୍ୟ ରେ ମୋଟା ମୋଟି ଗୋଟିଏ କଥା କହିଲେ ଅନାଥ ଶିଶୁଙ୍କୁ ଥଇ ଥାନର ବ୍ୟବସ୍ଥା କରାଯାଉ କାରଣ ଗତ କୋଭିଡରେ ବିଷ୍ନୁପ୍ରିୟା ଦିଦିଙ୍କ ସ୍ୱାମୀ ବି ମୃତ୍ୟୁ ବରଣ କରିସାରିଥିଲେ l

ଏବଂ ଆଉ ଗୋଟିଏ କଥା ଆଶାକର୍ମୀ ମାନେ କାମ ଅନୁସାରେ ସଠିକ ପ୍ରାପ୍ୟ ନ ପାଇବା ଯୋଗୁଁ ଆର୍ଥିକ କଷ୍ଟ ତଥା ମାନସିକ ଚାପ ଗ୍ରସ୍ତ ହୋଇ ପରିବାର ନ ଚଳେଇ ପାରି ବ୍ରେନ ତଥା ହାର୍ଟ ଷ୍ଟ୍ରୋକ ରେ ମୃତ୍ୟୁ ବରଣ କରୁଛନ୍ତି ସେଥିପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଭାରତ ମଜଦୂର ସଙ୍ଘର ଓ ଆଶାକର୍ମୀ ସଙ୍ଘ ତରଫରୁ ସରକାରଙ୍କ ପାଖରେ ମିଡ଼ିଆ ମାଧ୍ୟରେ ଦାବୀ କରିବା ସହ ଅନୁରୋଧ କରୁଥିଲେ l

ରିପୋର୍ଟ ପ୍ରସନ୍ନ କୁମାର ଦାସ