You are currently viewing ପୁରୁଷୋତ୍ତମପୁର ବ୍ଳକ ଆଙ୍ଗୁ ଗ୍ରାମରେ ପ୍ରାଣୀ ଚିକିଛା ଶିବିର ଅନୁଷ୍ଠିତ |
ପୁରୁଷୋତ୍ତମପୁର ବ୍ଳକ ଆଙ୍ଗୁ ଗ୍ରାମରେ ପ୍ରାଣୀ ଚିକିଛା ଶିବିର ଅନୁଷ୍ଠିତ |

ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଳକ୍ ଅନ୍ତର୍ଗତ ଆଙ୍ଗୁ ଗ୍ରାମରେ IFFCO ଓ IFFDC ତରଫରୁ ଏକ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ 307 ଜଣ ପ୍ରାଣୀଙ୍କୁ ଚିକିତ୍ସା କରିଯିବା ସହିତ ମାଗଣା ଔଷଧ ବିତରଣ ଓ ଟିକାରଣ କରାଯାଇଥିଲା । IFFCO ର ନିର୍ଦ୍ଦେଶକ ସିମାଞ୍ଚଳ ପାଢୀଙ୍କ ନେତୃତ୍ୱରେ, IFFDCର ରାଜ୍ୟ ସଂଯୋଜକ ମୁକେଶ ଖାନାଙ୍କ ତତ୍ତ୍ୱାବଧାନରେ ଏହି ପ୍ରାଣୀ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ କରାଯାଇଥିଲା । ଏହି ଶିବିରରେ ପୁରୁଷୋତ୍ତମପୁର ପଶୁ ସମ୍ପଦ ଅଧିକାରୀ ଡ. ମନୋଜ କୁମାର ଶତପଥି, ଏଲ୍.ଆଇ ଓ ସମସ୍ତ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ କ୍ଷେତ୍ରଅଧିକାରୀ ରବିନାରାୟଣ ପାଣିଗ୍ରାହୀ ପ୍ରମୁଖ ପରିଚଳନା କରିଥିଲେ