ପୁରୁଷୋତ୍ତମପୁର:ତାରାତାରିଣୀ ତଳ ସିଂହଦ୍ୱାର ନିକଟରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ପଞ୍ଚାୟତ ଅଧିକାରୀ ମାନଙ୍କ ବୈଠକ ଅନୁଷ୍ଠିତ | ଏହି ବୈଠକ ଜିଲ୍ଲା ସଭାପତି ବସନ୍ତ ସାହୁଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇ ଥିଲା | ମୁଖ୍ୟ ଅତିଥି ଭାବେ ରାଜ୍ୟ ପିଇଓ ସମ୍ପାଦକ କମଳକାନ୍ତ ପଣ୍ଡା, ରାଜ୍ୟ ଅର୍ଥ କମିଟି ସଦସ୍ୟ ନାରାୟଣ ସାହୁ ଯୋଗଦେଇ ଥିଲେ | ଆଜିର ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ,5ଟି ସଚିବ, ପଞ୍ଚାୟତ ରାଜ ସଚିବ, ପଞ୍ଚାୟତ ବିଭାଗ ମନ୍ତ୍ରୀ, ଙ୍କୁ ଅନୁରୋଧ କରିଛନ୍ତିଯେ, ପଞ୍ଚାୟତ ସମ୍ବିଧାନ ସଂଶୋଧନ ହେବାପର ଠାରୁ ପଞ୍ଚାୟତ ର ସାମଗ୍ରୀକ ବିକାଶ କାର୍ଯ୍ୟ ମହା ବାତ୍ୟା, ବନ୍ୟାମହାମାରୀ ଭଳି କାର୍ଯ୍ୟକ୍ରମ ର ସୁପରି ଚାଳନା, ରାଜ୍ୟ ସରକାର ଙ୍କ ଯୋଜନ, ଯୋଜନ ବ୍ୟାପି ଯୋଜନା କୁ ସମୁର୍ଣ ରୂପରେଖ ଦେବାପାଇଁ ଏହି ପଞ୍ଚାୟତ ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟ କରନ୍ତି | ତାସହିତ ରାଜ୍ୟ ସରକାର ଙ୍କ ବିଭିର୍ଣ୍ଣ ପ୍ରକାର ସଚେତନତା କାର୍ଯ୍ୟ ର ପ୍ରଚାର, ପ୍ରସାର ପାଇଁ ଏହି ପିଇଓ ମାନେ କାର୍ଯ୍ୟ ରତ ଅଛନ୍ତି | ତା ସହିତ ଗରିବ, ଗୁରବା, ବୃଦ୍ଧ, ବୃଦ୍ଧା ମାନଙ୍କ ଆର୍ଥିକ ମାନ ଦଣ୍ଡ ର ଉର୍ନ୍ନତି ପାଇଁ, କାର୍ଯ୍ୟ ରତ ଅଛନ୍ତି | ତେବେ ଦୁଃଖର କଥା ଏହିକି ଯେଆମ ସମ ସାମ ୟିକ କର୍ମଚାରୀ କିମ୍ବା ଆମଠାରୁ କମ ଦରମା ପାଉଥିବା ବ୍ୟକ୍ତି ମାନେ 5ମ ବେତନ ରେ ସେମାନେ ଆମଠାରୁ କମ ଥିଲେ | କିନ୍ତୁ 7ମ ବେତନ ରେ ସେମାନେ ଆମଠାରୁ ଅଧିକ ଦରମା ପାଉଛନ୍ତି | ତେଣୁ ଆମେ ମାନ୍ୟବର ସଚିବ ଙ୍କ ସହିତ ଅନ୍ୟ ମାନଙ୍କୁ ଅନୁରୋଧ କରୁ କି ଆମର ଶିକ୍ଷା ଗତ ଯୋଗ୍ୟତା ଯୁକ୍ତ ଦୁଇ ରେ 21,700, କୁ ବୃଦ୍ଧିକରି ସ୍ନାତକ ଶିକ୍ଷାଗତ ଯୋଗ୍ୟତା କୁ ଭିତ୍ତି କରି ଆମକୁ ଲେବଲ 5ରୁ ଉର୍ଣ୍ଣିତ କରି ସ୍ନାତକ ସ୍କେଲ ଲେବଲ 9ରେ ସାମିଲ କରିବାକୁ ସେମାନେ ଗତ 11/06/22 ବର୍ଷରେ ସରକାରଙ୍କୁ ନିବେଦନ କରିଥିଲେ |

ତେଣୁ ସରକାର ସେମାନଙ୍କ ପରିବାର, ପିଲା ଛୁଆ ଙ୍କ ଭବିଷ୍ୟତ କୁ ଆକ୍ଷି ଆଗରେ ରଖି ସେମାନଙ୍କୁ 35,400 ଟଙ୍କା ପ୍ରଦାନ କରିବାକୁ ସେମାନେ ମିଡ଼ିଆ ମାଧ୍ୟମରେ ଅନୁରୋଧ କରିଛନ୍ତି,| ସେଥି ଯୋଗରୁ ଆଜିର ଏହି ବୈଠକ ଅନୁଷ୍ଠିତ ହୋଇ ଥିଲା | ତେବେ ଅନ୍ୟ ମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ରଂଜିତ କୁମାର ପଣ୍ଡା,ଉପସଭାପତି ଉଦ୍ଧବ ସ୍ବାଇଁ, ଯୁଗ୍ମ ସମ୍ପାଦକ ଅଜୟ ଦୋରା,କୋଷାଧକ୍ଷ ରାଜେନ୍ଦ୍ର ପଟନାୟକ, ଉପଦେଷ୍ଟା, ଆଦିତ୍ୟ କୁମାର ନାୟକ, ଓ ବାଳ କୃଷ୍ଣ ଜେନା, ଏବଂ ଅର୍ଗନାଇଜର ଭାବେ ସୁଜାତା ପଟନାୟକ, ଲିଲି କୁମାରୀ ନାୟକ, ସୁରେଖା ବେହେରା ସହିତ ଲୋକନାଥ ପାଢ଼ୀ ଏବଂ ସବୁ ପଞ୍ଚାୟତ ର ପିଇଓ ମାନେ ଉପସ୍ଥିତ ଥିଲେ |
ପୁରୁଷୋତ୍ତମପୁର ପ୍ରତିନିଧି ପ୍ରସନ୍ନ କୁମାର ଦାସ
