You are currently viewing ରାଣୀ ସୁଜ୍ଞାନ ଦେଓଙ୍କ ୮୬ ତମ ଜନ୍ମ ଦିବସଏସ୍ ଛଚିନା ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ।
ରାଣୀ ସୁଜ୍ଞାନ ଦେଓଙ୍କ ୮୬ ତମ ଜନ୍ମ ଦିବସଏସ୍ ଛଚିନା ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ।

ବେଗୁନିଆପଡ଼ା
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ୍ ଛଚିନା ଠାରେ ଶନିବାର ଖଲ୍ଲିକୋଟ ତଥା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଖଲ୍ଲିକୋଟ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ୮୬ ତମ ଜନ୍ମ ଦିନ ଅବସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ତଥା ଜୀବନ ବିନ୍ଦୁ ସହ ସଂଯୋଜକ ସୁବାସ ମହାରଣା ଯୋଗ ଦେଇ ରକ୍ତଦାତାଙ୍କୁ ଉସ୍ଛାହିତ କରିଥିଲେ। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ତତ୍ବାବଧାନରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ମାନଙ୍କ ପ୍ରଚେଷ୍ଟାରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିବା ବେଳେ ବହୁ ସଂଖ୍ୟାରେ ରକ୍ତଦାତାଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ୪୫ ନମ୍ବର ଜିଲ୍ଲା ପରିଷଦ ଜୋନର ବେଗୁନିଆପଡା, ଖଣ୍ଡିଆନଈ, କେ ବରିଡ଼ା, ଏସ୍ ଛଚିନା, ଚନ୍ଦନପୁର, ଚିଙ୍ଗୁଡିଖୋଲ ଓ ମର୍ଦକୋଟ ପଞ୍ଚାୟତରୁ ରକ୍ତଦାତା ମାନେ ଉକ୍ତ ଶିବିରରେ ଯୋଗଦେଇ ରକ୍ତଦାନ କରିଥିବା ବେଳେ ମୋଟ ୨୯୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଛି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।