You are currently viewing ତାରା ତାରିଣୀ ଛକ ନିକଟ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ର, ଛାତ୍ରୀଙ୍କ ସମା ବର୍ତନ ଉଛବ ପାଳିତ,
ତାରା ତାରିଣୀ ଛକ ନିକଟ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ର, ଛାତ୍ରୀଙ୍କ ସମା ବର୍ତନ ଉଛବ ପାଳିତ,

ତା ୧୮.୦୯.୨୦୨୩ ରିଖ ପୁରୁଷୋତ୍ତମପୁର ବ୍ଲକ ତାରା ତାରିଣୀ ଛକ ଠାରେ ଥିବା ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ପୁରୁଷୋତ୍ତମପୁର ଠାରେ ଚଳିତ ବର୍ଷ ଉତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଙ୍କର ସମାବର୍ତ୍ତନ ଉତ୍ସବ (Convocation ceremony) ଆଞ୍ଚଳିକ ମାନ୍ୟବର ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ଙ୍କ କରକମଳରେ ଅନୁଷ୍ଠିତ ହୋଇଅଛି। ଏଥି ସହିତ ଅନୁଷ୍ଠାନର ଅଧ୍ୟକ୍ଷ ମହାଶୟ ଇଂ ଲୋକେଶ ପଟ୍ଟନାୟକ ଏବଂ ଟ୍ରେନିଂ ଅଫିସର ଶ୍ରୀ ସୁବାସ ଚନ୍ଦ୍ର ଲାହେରୀ ଙ୍କ ଉପସ୍ଥିତି ରେ ଆଜିର କାର୍ଯ୍ୟକ୍ରମ ଟି ସୁଚାରୁ ରୂପେ ସାଫଲ୍ୟ ମଣ୍ଡିତ ହୋଇଅଛି।

ଉକ୍ତ କାର୍ଯ୍ୟକ୍ରମ ଟିରେ ମୋଟ ୧୫୦ ଜଣ ଉତ୍ତୀର୍ଣ୍ଣ ଛାତ୍ରଛତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇ ସମ୍ମାନିତ କରାଯାଇଥିଲା। ମାନ୍ୟବର ବିଧାୟିକା ଏବଂ ଅନୁଷ୍ଠାନ ର ଅଧକ୍ଷ ନିଜର ଓଜସ୍ଵିନୀ ଭାଷଣ ଦ୍ଵାରା ସମସ୍ତଙ୍କୁ ଶିକ୍ଷା ଓ ଗୁରୁ ଙ୍କ ମହତ୍ତ୍ଵ ଜୀବନରେ କିପରି ସଫଳତା ପାଇବାରେ ସହାୟ ହୋଇଥାଏ, ଏହା ସମସ୍ତଙ୍କୁ ଅବଗତ କରାଇଥିଲେ। ଏତଦ୍ ବ୍ୟତୀତ ଶ୍ରୀ ଲାହେରି ଟ୍ରେନିଂ ସମାପ୍ତ କରିଥିବା ଛାତ୍ରଛାତ୍ରୀ ଙ୍କୁ ଉଜ୍ବଳ ଭବିଷ୍ୟତ ନିମନ୍ତେ ଉପଯୁକ୍ତ ପଥ ପଦର୍ଶନ କରାଇ କାର୍ଯ୍ୟକ୍ରମ ଟିକୁ ଉଜ୍ଜାପିତ କରାଇଥିଲେ।

ରିପୋର୍ଟ ପ୍ରସନ୍ନ କୁମାର ଦାସ