You are currently viewing ଖଲ୍ଲିକୋଟ ରେ ଚକ୍ଷୁ ଚିକିତ୍ସା ଶିବିର,55 ଜଣ ଚକ୍ଷୁ ରୋଗୀ ଙ୍କ ପରୀକ୍ଷା
ଖଲ୍ଲିକୋଟ ରେ ଚକ୍ଷୁ ଚିକିତ୍ସା ଶିବିର,55 ଜଣ ଚକ୍ଷୁ ରୋଗୀ ଙ୍କ ପରୀକ୍ଷା

ଖଲ୍ଲିକୋଟ ; 14/1 ଖଲ୍ଲିକୋଟ ସ୍ଥିତ ବରିଷ୍ଠ ନାଗରିକ ମଞ୍ଚ ଓ ଅବସରପ୍ରାପ୍ତ ସରକାରୀ ସଂଘ ଓ ଅବଦୁଲ କ|ଲ|ମ ଜନ କଲ୍ୟାଣ ସଂଘ ର ମିଳିତ ସହଯୋଗ ରେ ଖଲ୍ଲିକୋଟ ସ୍ଥିତ ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟ ପରିସର ରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି |ଆୟୋଜିତ ଶିବିର ମଞ୍ଚ ର ସଭାପତି ଡାକ୍ତର ହର ପ୍ରସାଦ ମହାପାତ୍ର ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |ଶିବିର ରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ମାନେ 50 ଜଣ ଚକ୍ଷୁ ରୋଗୀଙ୍କ ପରଳ ପରୀକ୍ଷା କରିବା ପରେ 10 ଜଣ ଚକ୍ଷୁ ରୋଗୀଙ୍କ ଅପରେସନ ପାଇଁ ସମରଝୋଳ ଚିକିତ୍ସାଳୟ କୁ ପଠାଇଥିବା ଜଣାପଡିଛି |ଉକ୍ତ ଶିବିର ରେ ଅବଦୁଲ କ|ଲାମ ଜନ କଲ୍ୟାଣ ପରିଷଦ ର ସଭାପତି ପୂର୍ଣ୍ଣ ଚନ୍ଦ୍ର ବେହେରା, ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ଡାକ୍ତର ହର ପ୍ରସାଦ ମହାପାତ୍ର, ସମ୍ପାଦକ ପ୍ରମୋଦ କୁମାର ପଟ୍ଟନାୟକ, ସାମ୍ବାଦିକ ବିଭୁ ପ୍ରସାଦ ପଟ୍ଟନାୟକ.


ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଶତପଥୀ ପ୍ରମୁଖ କର୍ମକର୍ତା ମାନେ ସହଯୋଗ କରିଥିଲେ |ଆଗାମୀ ଦିନ ରେ ଅବଦୁଲ କ|ଲାମ ଜନ କଲ୍ୟାଣ ପରିଷଦ ତରଫରୁ କର୍କଟ ରୋଗୀ ମାନଙ୍କ ମାଗଣା ଚିକିତ୍ସା ପାଇଁ ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ପରୀକ୍ଷା କରାଯିବ ବୋଲି ଅବଦୁଲ କ|ଲାମ ଜନ କଲ୍ୟାଣ ପରିଷଦ ର ସଭାପତି ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି |

( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )