ପାତ୍ରପୁର– ଏହି ବ୍ଲକ ଜୟନ୍ତିପୁର ପଞ୍ଚାୟତ ଅନ୍ତର୍ଗତ ବୋରିବାଡ ଗ୍ରାମରେ ଗ୍ରାମର ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟକରଣକୁ ଲକ୍ଷ୍ୟ କରି ଗ୍ରାମର ଯୁବକମାନଙ୍କ ପକ୍ଷରୁ ଏକ ସ୍ୱେଚ୍ଛାସେବୀ ସ୍ୱଚ୍ଛତା ଅଭିଯାନ ରବିବାର ଦିନ ଆୟୋଜିତ ହୋଇଛି। ସାମ୍ୱାଦିକ ଆଲୁ. ଜୟପ୍ରକାଶଙ୍କ ତତ୍ତ୍ଵାବଧାନରେ ଗ୍ରାମର ମନ୍ଦିର ପରିସର, ରାସ୍ତାଘାଟ, ନାଳ ଏବଂ ସର୍ବସାଧାରଣ ସ୍ଥାନରେ ଜମି ରହିଥିବା ଅଳିଆ-ଆବର୍ଜନା ସଫା କରାଯାଇଥିଲା।ଯୁବକ ମାନେ ଶ୍ରମଦାନ କରି ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର କରିବା ସହ ଗ୍ରାମବାସୀଙ୍କୁ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସଚେତନ କରିଥିଲେ। ଏହି ମହତ୍ କାର୍ଯ୍ୟକୁ ଗ୍ରାମର ବରିଷ୍ଠ ବ୍ୟକ୍ତି ଓ ସାଧାରଣ ଲୋକେ ପ୍ରଶଂସା କରିବା ସହ ଅନ୍ୟ ଯୁବପିଢ଼ିଙ୍କ ପାଇଁ ଏହା ଏକ ପ୍ରେରଣାଦାୟକ ପଦକ୍ଷେପ ବୋଲି ମତ ପ୍ରକାଶ କରିଛନ୍ତି। ଏଭଳି ସ୍ୱେଚ୍ଛାସେବୀ ଉଦ୍ୟମ ନିୟମିତ ଭାବେ ଜାରି ରହିଲେ ଗ୍ରାମର ସ୍ୱଚ୍ଛତା ସହ ପରିବେଶ ସୁରକ୍ଷା ଏବଂ ସାମାଜିକ ଏକତା ଆହୁରି ସୁଦୃଢ଼ ହେବ ବୋଲି ସ୍ଥାନୀୟ ଲୋକମାନେ ଆଶା ପ୍ରକାଶ କରିବା ସହ ଆଖ ପାଖ ଅଞ୍ଚଳ ପାଇଁ ଏହା ପ୍ରେରଣାଦାୟୀ ହେବ ବୋଲି କହିଛନ୍ତି। ଆଜିର ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଗ୍ରାମର ଗୁଜୁ ବାଲୁ,ଜେ ବିନୟ,ଜି ଶିବା,ଆଲୁ ଯୁବରାଜ,ଭି ପୋଲାୟା,ଆଲୁ ବାଳକୃଷ୍ଣ,ଜେ ଚରଣ,ବିନୟ ସେଠି,ଏ ସାଇ,ଏ ଅଜୟ,ନାନି ସେଠୀଙ୍କ ସହିତ ବହୁ ଯୁବଗୋଷ୍ଠୀ ସହଯୋଗ କରିଥିଲେ।
