ଖଲ୍ଲିକୋଟ ;23/12 ଖଲ୍ଲିକୋଟ ବ୍ଲକ ର ଚାଷୀ ମାନେ ଧାନ ର ଅଭାବୀ ବିକ୍ରି ର ଶିକାର ହେବା ର ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା |ତେବେ ଗତ କାଲି ଖଲ୍ଲିକୋଟ ବ୍ଲକ ଚାଷୀ ଙ୍କ ଉଦବେଗ କୁ ଆଖି ଆଗରେ ରଖି ବ୍ଲକ ର ବି ଏନ ପୁର ପଂଚାୟତ ର ଛେଲୁ ରେ ଥିବା ପାକ୍ସ ଠାରେ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣୀ ବୈଦ୍ୟ ଅନୁଷ୍ଠାନିକ ଭାବେ ପୂଜା ଅର୍ଚନା କରାଯାଇ ଉଦଘାଟନ କରିଥିଲେ | ସେହିପରି ବ୍ଲକ ର ନାଇକାଣୀ ପଲ୍ଲୀ ପଂଚାୟତ ର ବାର ସର ପାକ୍ସ ଠାରେ ମଧ୍ୟ ଧାନ ମଣ୍ଡି ଉଦଘାଟନ ହୋଇଥିଲା |ଉକ୍ତ ଉଦଘାଟନ କାର୍ଯ୍ୟକ୍ରମ ରେ ବ୍ରହ୍ମପୁର କେନ୍ଦ୍ର ସମବାୟ ବ୍ୟାଙ୍କ ର ନିର୍ଦେଶକ ରାମ ମୋହନ ପଣ୍ଡା, ବି ଏନ ପୁର ପାକ୍ସ ସମ୍ପାଦକ ସୁଦର୍ଶନ ମହାପାତ୍ର ଓ ବାର ସର ପାକ୍ସ ସଭାପତି ବଳରାମ ଗୌଡ଼ ଓ ସମ୍ପାଦକ ପଦ୍ମ ଚରଣ ଗୌଡ଼ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ |ପ୍ରକାଶ ଥାଉକି ଖଲ୍ଲିକୋଟ ବ୍ଲକ ରେ 8388 ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ କେତେ ପରିମାଣ ର ସନ୍ଦିଗ୍ଧ ପ୍ଲଟ ଅଛି ସେ ନେଇ ଯାଞ୍ଚ ଚାଲିଥିବା ବେଳେ ମଣ୍ଡି ରେ କଟନୀ ଛଟଣୀ ନେଇ ଚାଷୀ ମାନେ ଚିନ୍ତାରେ ଥିବା ଜଣାପଡିଛି |ଗତ ଖରିଫ ରେ ମୋଟ 1 ଲକ୍ଷ 80 ହଜାର କୂଅଣ୍ଟାଲ ଧାନ ସଂଗ୍ରହ ହୋଇଥିବା ବେଳେ ବହୁ ଚାଷୀ ଟୋକେନ ଥାଇ ମଧ୍ୟ ସେମାନଙ୍କ ଧାନ ମଣ୍ଡି ରେ ବିକ୍ରି କରି ପାରିନଥିଲେ |ସେ ନେଇ ରାସ୍ତା ଘାଟରେ ଧାନ ରଖି ଚାଷୀ ମାନେ ଆନ୍ଦୋଳନ କରିଥିଲେ |ଅନ୍ୟ ପକ୍ଷରେ ଖଲ୍ଲିକୋଟ ବ୍ଲକ ରେ ଥିବା 18 ଗୋଟି ପାକ୍ସ ର ନିଜସ୍ୱ ଗୋଦାମ କିମ୍ବା କାର୍ଯ୍ୟାଳୟ ଗୃହ ଅଭାବ ରହିଛି |ପାକ୍ସ ସମ୍ପାଦକ ମାନେ ନିଜ ଘରେ ଓ ଭଡ|ଘରେ କମ୍ପ୍ୟୁଟର ରଖି ଧାନ କିଣା ହିସାବ ରଖୁଛନ୍ତି | ବାର ସର ଭଳି କେତକ ପାକ୍ସ ର ଜରାଜୀର୍ଣ୍ଣ କୋଠା ତଳେ ବହୁ ପାକ୍ସ କାମ କରୁଛି |ସବୁ ବର୍ଷ ଖରିଫ ରେ ପାକ୍ସ ର ଭିତ୍ତିଭୂମି ସମସ୍ୟା ନେଇ ଆଲୋଚନା ହୁଏ ଓ ଧାନ କିଣା ସରିଗଲେ ସମସ୍ତେ ଭୁଲି ଯାନ୍ତି |ତେଣୁ ଖଲ୍ଲିକୋଟ ବ୍ଲକ ର ବିପର୍ଯୟ ଭିତ୍ତିଭୂମି କୁ ନେଇ ଧାନ କିଣା କେମିତି ହେବ ସେ ଚାଷୀ ମହଲ ରେ ଉଦବେଗ ପ୍ରକାଶ ପାଉଥିବା ବେଳେ ସମବାୟ ବିଭାଗ କର୍ମକର୍ତା ଙ୍କ ଚିନ୍ତା ନାହିଁ |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
