ପୁରୁଷୋତ୍ତମପୁର ଏନଏସି ର ମଧ୍ୟ ଭାଗରେ ଥିବା ଗୋପାଳ ବନ୍ଧ ରେ ଦଳ ଭର୍ତ୍ତି ହୋଇ ରହିଥିଲା | ଆଉ ଧୋବା ପୁଞ୍ଜା ଦଣ୍ଡ ଯାତ୍ରା ଆରମ୍ଭ ହେବ, ଏବଂ ସେମାନେ ସେହିଁ ପୋଖରୀ ରେ ତାଙ୍କର ପୁଜା ଆରମ୍ଭ ହେବ | ଏଥି ପାଇଁ ସେମାନେ 9 ନଂ କାଉନ ସିଲର ଲିଙ୍ଗରାଜ ବେହେରା ଙ୍କୁ ବନ୍ଧ ସଫା ପାଇଁ କହିଥିଲେ, ଆଉ କାଉନ ସିଲର ଧୋବା ପୁଞ୍ଜା ର କମିଟି ମାନଙ୍କୁ ଧରି ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡ ସେନା ଙ୍କୁ ଏହାଉପରେ ଜଣାଇ ଏକ ଦରଖାସ୍ତ ମଧ୍ୟ ଦେଇ ଆସିଥିଲେ | ତେବେ ଠାକୁରଙ୍କ ଦଣ୍ଡ ଯାତ୍ରା ପାଇଁ ବିଚାର କରି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଜି ଲୋକ ଲଗାଇ ଗୋପାଳ ବନ୍ଧ ରୁ ଦଳ ସଫା କରିଛନ୍ତି | ଏବଂ ଆହୁରି ପୋଖରୀର ବହୁତ କାମ ବାକି ଅଛି, ସେ ଯାହା ହେଉ ପଛେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଏହି ମହତ କାର୍ଯ୍ୟ ଯୋଗୁଁ କାଉନ ସିଲର ଲିଙ୍ଗରାଜବେହେରା ଓ ଧୋବା ପୁଞ୍ଜା କମିଟି ସେଥିପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ସହିତ ଅଧକ୍ଷା ଙ୍କୁ ଧନ୍ୟବାଦ ଜଣାଇ ଛନ୍ତି |
ରିପୋର୍ଟ ପ୍ରସନ୍ନ କୁମାର ଦାସ
