You are currently viewing କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ
କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ

(ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ)

କୋଦଳା:ଟିବି ରୋଗୀ ନିରୋଗ ରହିବା ସହିତ ସୁସ୍ଥ ରହିବା ନେଇ ପ୍ରଧାନମନ୍ତ୍ରୀ ଙ୍କ ପରି କଳ୍ପନା ଆଜି ବାସ୍ତବ ରୂପ ନେବାକୁ ଯାଉଛି | ସ୍ଵେଛା ଦାତା ଭାବେ ଟିବି ରୋଗୀ ମାନଙ୍କୁ ସୁଷମ ଏଵଂ ପୃଷ୍ଟିକର ଖାଦ୍ୟ ବଣ୍ଟନ କରି ଆଜି ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ | ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପ୍ରତ୍ୟେକ ମାସରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଚଳିତ ମାସରେ ମଧ୍ୟ ଶହେ ଜଣ ଟିବି ରୋଗୀ ଙ୍କୁ ମଧ୍ୟ ପୃଷ୍ଟିସାର ଖାଦ୍ୟ ବଣ୍ଟନ କରାଯାଇଥିଲା | ବିଭିନ୍ନ ସମୟରେ ଖାଦ୍ୟସାର ଅଭାବରୁ ଗରୀବ ଶ୍ରେଣୀର ଟିବି ରୋଗୀ ମାନେ ସମସ୍ୟା ରେ ପଡୁଥିବାରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ଅକଟୋବର ମାସରେ ଟିବି ରୋଗୀ ମାନଙ୍କୁ ଏହି ସୁଷମ ଖାଦ୍ୟ ବଣ୍ଟନ ଯୋଜନା ଆରମ୍ଭ କରିଥିଲେ | ଏହି ପରିପ୍ରେକ୍ଷୀରେ କବିସୂର୍ଯ୍ୟନଗର ଅଞ୍ଚଳର ପଚାଶ ଜଣ ଟିବି ରୋଗୀଙ୍କୁ କୋଦଳା ଏନ ଏ ସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ନିଜସ୍ୱ ଅର୍ଥରେ ଭିଟାମିନ ଯୁକ୍ତ ଖାଦ୍ୟ ବଣ୍ଟନ କରିଥିଲେ | ପ୍ରଧାନମନ୍ତ୍ରୀ ଙ୍କ ଯକ୍ଷ୍ମା ମୁକ୍ତ ଭାରତ କରିବା ଦୌଡ଼ରେ ଆମେ ଏକ ଛୋଟିଆ ପ୍ରୟାସ କରିଛୁ ବୋଲି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ କହିଥିବା ବେଳେ ରୋଗୀ ଙ୍କ ତରଫରୁ ପ୍ରଶଂସା ସାଉଁଟିଛନ୍ତି |
ଏହି କାର୍ଯ୍ୟକ୍ରମରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଆଦିତ୍ୟ ସାହୁ,ଏସଟିଏସ ଗୀତାରାଣୀ ପାଢ଼ୀ,ଆୟୁଷ ଡାକ୍ତର ମନୋଜ ସାହୁ,କାଉନସିଲର ରିତା ରାଣୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଟିବି ରୋଗୀ ମାନଙ୍କୁ ସଚେତନ କରାଇବା ସହ ଯେପରି ଆଗାମୀ ଦିନରେ ସାରା କବିସୂର୍ଯ୍ୟନଗର ଅଞ୍ଚଳ କିପରି ସମ୍ପୂର୍ଣ ଟିବି ମୁକ୍ତ ହେବ ସେ ନେଇ ନିଜର ମତ ରଖିଥଲେ
ଟିବି ମୁକ୍ତ ଭାରତ ଗଠନରେ ଭାରତର ରାଷ୍ଟ୍ରପତି ଙ୍କ ବିଚାରଧାରା ଏଵଂ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସଂକଳ୍ପ କୁ ଆଧାର କରି କୋଦଳା ଅଧ୍ୟକ୍ଷ ଙ୍କ ଏହି କାର୍ଯ୍ୟ କୁ ଅଞ୍ଚଳ ବାସୀ ଢେର ପ୍ରଶଂସା କରିଛନ୍ତି