You are currently viewing ପ୍ରକାଶ ଚନ୍ଦ୍ର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନିଶାମୁକ୍ତ ଭାରତ ଅଭିଯାନ
ପ୍ରକାଶ ଚନ୍ଦ୍ର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନିଶାମୁକ୍ତ ଭାରତ ଅଭିଯାନ

୦୧/୦୭ସୋରଡ଼ା, ଦେଶରୁ ନିଶାଦ୍ରବ୍ୟର କୁପ୍ରଭାବ ହ୍ରାସ କରିବା ଏବଂ ଯୁବପିଢ଼ିଙ୍କୁ ନିଶା ଠାରୁ ଦୂରେଇ ରଖିବା ଉଦ୍ଦେଶ୍ୟ ରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ଏହା ୨୦୨୦ ମସିହା ଅଗଷ୍ଟ ୧୫ ତାରିଖରେ ନିଶା ମୁକ୍ତ ଭାରତ ଅଭିଯାନ ଆରମ୍ଭ କରିଥିଲା। ବର୍ତ୍ତମାନ ଏହି ନିଶା ମୁକ୍ତ ଭାରତ ଅଭିଯାନ କୁ ଅଧିକ କ୍ରିୟାଶୀଳ କରାଇବା ଉଦେଶ୍ୟ ରେ ଓଡିଶା ପୋଲିସ ଛାତ୍ର ଛାତ୍ରୀ ଙ୍କୁ ସଚେତନ କରାଇବା ଉଦେଶ୍ୟ ରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକ ରେ ଏହି ନିଶା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ କରୁଅଛି l

ଏହି ପରିପେକ୍ଷୀ ରେ ଆଜି ସୋରଡ଼ା ସ୍ଥିତି ପ୍ରକାଶ ଚନ୍ଦ୍ର ମହାପାତ୍ର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସୋରଡ଼ା ଥାନା ଅଧିକାରୀ ଙ୍କ ଅଧ୍ୟକ୍ଷତା ରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷା ସଂଯୁକ୍ତା ପଣ୍ଡା, ଇଂରାଜୀ ଅଧ୍ୟାପକ ରୋହିତ ବିଷୋୟୀ, ଇତିହାସ ଅଧ୍ୟାପକ ରାଜେଶ ମହାପାତ୍ର ଏସ ଏଇ ଶାଶ୍ୱତ ପରିଡା ପ୍ରମୁଖ ମଞ୍ଚାସିନ ଥିଲେ l ସୋରଡ଼ା ଥାନା ଅଧିକାରୀ ଏହି କାର୍ଯ୍ୟକ୍ରମ ରେ ନିଶା ଦ୍ରବ୍ୟର ବ୍ୟବହାର ଦ୍ୱାରା କିପରି ଗମ୍ଭୀର ସାମାଜିକ, ମାନସିକ ଓ ଶାରୀରିକ ସମସ୍ୟା ଦେଖାଦେଇଥାଏ, ସେସବୁ ଉପରେ ଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ l

ନିଶା ମୁକ୍ତ ଭାରତ ଗଠନ ରେ ମହିଳା ମାନଙ୍କ ର ପ୍ରମୁଖ ଭୂମିକା ଉପରେ କହିବା ସହ ପରିବାର ପ୍ରତ୍ୟେକ ସଦସ୍ୟ କିପରି ନିଶା କବଳ ରୁ ମୁକ୍ତ ରହିବା ସମ୍ପର୍କ ରେ ଛାତ୍ରୀ ମାନଙ୍କ ଉଦେଶ୍ୟ ରେ ସମ୍ଭାଷଣ ରଖିଥିଲେ l ପରିଶେଷରେ ସମସ୍ତେ ମିଶି ନିଶା ମୁକ୍ତ ଭାରତ ଗଠନ କରିବାର ଶପଥ ପାଠ କରିଥିଲେ l