You are currently viewing ଖରିଫ ଧାନ ଚାଷ ନିମନ୍ତେ ଘୋଡାହଡ ଜଳଭଣ୍ଡାରରୁ ଜୁଲାଇ ୨୫ ରୁ ପାଣି ଛଡାଯିବ
ଖରିଫ ଧାନ ଚାଷ ନିମନ୍ତେ ଘୋଡାହଡ ଜଳଭଣ୍ଡାରରୁ ଜୁଲାଇ ୨୫ ରୁ ପାଣି ଛଡାଯିବ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିି ଘୋଡାହଡ ଜଳସେଚନ ଶୀର୍ଷକ କମିଟି କାର୍ଯ୍ୟାଳୟ ପ୍ରାଙ୍ଗଣରେ ଶୁକ୍ରବାର ଦିନ ଘୋଡାହଡ ପାଣି ପଞ୍ଚାୟତ ଶୀର୍ଷକ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଣି ପଞ୍ଚାୟତ ସଭାପତି ରମେଶ ଚନ୍ଦ୍ର ପାତ୍ରଙ୍କ ଅଧ୍ଯକ୍ଷତାରେ ଆୟୋଜିତ ବୈଠକରେ ଖରିଫ ଧାନ ଚାଷ ନିମନ୍ତେ ଆସନ୍ତା ଜୁଲାଇ ୨୫ ତାରିଖରୁ ଘୋଡାହଡ ଜଳଭଣ୍ଡାରରୁ କେନାଲ ଯୋଗେ ପାଣି ଛଡାଯିବା ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ବୈଠକରେ ଜଳସେଚନ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଇଂ . ଏ . ଗୋପାଳ ରାଓ , ପାଣି ପଞ୍ଚାୟତ ସଂପାଦକ କିର୍ତ୍ତୀଚନ୍ଦ୍ର ଗୈାଡ , କୋଷାଧ୍ୟକ୍ଷ ରାମନାଥ ବିଷୋୟୀ , ସହକାରୀ ଯନ୍ତ୍ରୀ ଇଂ . ସୁଶାନ୍ତ ମହାପାତ୍ର , ଇଂ . ନିରଞ୍ଜନ ସାହୁ , ଇଂ. କ୍ଷୀରୋଦ ବେହେରା ସମେତ ୨୧ ଗୋଟି ପାଣି ପଞ୍ଚାୟତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ଏହି ଅବସରରେ ଆସନ୍ତା ୧୭ ତାରିଖ ଦିନ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଘୋଡାହଡ ଡ୍ୟାମ ପରିସରରେ ବର୍ଷାକୁ ଆଗମନ କରାଇବା ନିମନ୍ତେ ବୃଷ୍ଟିଯଜ୍ଞ ଓ ଗେଟ୍ ପୂଜନ କରାଯିବ ବୋଲି ସଭାପତି ଶ୍ରୀ ପାତ୍ର ଚାଷୀ କର୍ମକର୍ତ୍ତାଙ୍କୁ ସୂଚନା ଦେଇଥିଲେ । ଡ୍ଯାମର ଜଳଧାରଣ କ୍ଷମତା ୧୧୭.୮୩ ମିଟର ରହିଥିବା ବେଳେ ବର୍ତ୍ତମାନ ଜଳଭଣ୍ଡାରରେ ୧୧୪.୭୦ ମିଟର ପାଣି ଗଚ୍ଛିତ ରହିଛି । ଏହା ଜଳଭଣ୍ଡାରର ଆଇକଟ ଜମିକୁ ୨୦ ଦିନ ଧରି ପାଣି ଯୋଗାଇବ ବୋଲି ଜଣାପଡିଛି । ତେବେ ଖରିଫ ଧାନ ଚାଷ ପାଇଁ ପାଣି ଛାଡିବା ପୂର୍ବରୁ ମୁଖ୍ୟ କେନାଲ ଗୁଡିକ ସଫା କରାଯାଇଥିବା ବେଳେ ଶାଖା କେନାଲ ଗୁଡିକୁ ସଫା କରିବା ପାଇଁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଶ୍ରୀ ରାଓ କହିଥିଲେ । ଏହି ବୈଠକରେ କମିଟିର କାର୍ଯ୍ୟକାରୀ କମିଟି ସଦସ୍ୟ ତଥା ଜିଲ୍ଲା ପରିଷଦ ରାଧାକାନ୍ତ ମହାଙ୍କୁଡ , ଏମ୍ . ସହଦେବ ରେଡ୍ଡୀ , ବିଭୂତି ଭୂଷଣ ମହାପାତ୍ର , ଲୁଲୁ ସର୍ଦ୍ଦାର , ଚିତ୍ରସେନ ଗୈାଡ , ବିପ୍ର ପ୍ରଧାନ , ଦିଲିପ ପ୍ରଧାନ , କିଶୋର ଜେନା , ମୁରଲୀ ପାତ୍ର , ରାମହରି ଗୈାଡ , ସିମାଞ୍ଚଳ କର , ଏମ୍ . ଦଣ୍ଡପାଣି ସମେତ ୨୧ ଗୋଟି ପାଣି ପଞ୍ଚାୟତ କର୍ମକର୍ତ୍ତା ଓ ଚାଷୀ ଉପସ୍ଥିତ ସହଯୋଗ ପ୍ରଦାନ କରିଥିଲେ ।

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା