You are currently viewing ରତ୍ନେଇ ପାହାଡ଼ ରେ ବାଘ ଆତଙ୍କ ଲୋକେ ଭୟଭୀତ
ରତ୍ନେଇ ପାହାଡ଼ ରେ ବାଘ ଆତଙ୍କ ଲୋକେ ଭୟଭୀତ

ସାନଖେମୁଣ୍ଡି ୨୬/୧୦( ରଘୁନାଥ ନାୟକ ) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗଙ୍ଗାପୁର ପଞ୍ଚାୟତ ନରସିଂହଗଡ଼ ଗ୍ରାମ ରତ୍ନେଇ ପାହାଡ଼ ରେ ବାଘ ବୁଲୁଥିବା ଦେଖିବାକୁ ମିଳୁଛି ।ଆଜି ଅପରାହ୍ନ ରେ ବାଘ ପାଦ ଚିହ୍ନ କୁ ନେଇ ନରସିଂହଗଡ ଗ୍ରାମରେ ଆତଙ୍କ ସୃଷ୍ଟି ଖେଳିଯାଇଛି କିଛି ଜାଗାରେ ପାଦ ଚିହ୍ନ ପଡ଼ିଥିବା ଦେଖି ସ୍ଥାନୀୟ ଅଞ୍ଚଳ ଲୋକେ ଆତଙ୍କ ଭୟଭୀତ ଅବସ୍ଥାରେ ରହିଥିବା ଜଣାପଡ଼ିଛି।

ଖବର ପାଇ ବନ ବିଭାଗ ପହଞ୍ଚି ପାଦ ଚି଼ହ୍ନ କୁ ଫୋଟୋ ଉଠାଇ ଯାଞ୍ଚ ଆରମ୍ବ କରିଛି|ଘଟଣା ସ୍ଥଳ ବ୍ରହ୍ମପୁର ବନ ସଂରକ୍ଷଣ ଅଧିକାରୀ ରୁଦ୍ର ପ୍ରସାଦ ରଥ, ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ,ପାଟପୁର ସେକ୍ସନ ଫରେଷ୍ଟର ପ୍ରମୋଦ କୁମାର ପ୍ରଧାନ,ଦିଗପହଣ୍ଡି ଫରେଷ୍ଟର ଇଶ୍ୱା ଗଣେଶ,ଙ୍କ ସହ ସ୍କ୍ୱାର୍ଡ ଟିମ ପହଞ୍ଚି ଏହି ପାଦ ଚି଼ହ୍ନ ମାପ ଜୁପ କରି ବନ୍ୟ ଜନ୍ତୁ କେଉଁ ରାସ୍ତା ଦେଇ କେଉଁ ପର୍ଯ୍ୟନ୍ତ ଏହି ପାଦ ଚି଼ହ୍ନ ପଡ଼ିଛି ବାଘ ର ନା ଆଉ ଅନ୍ୟ କୌଣସି ବଡ଼ ଜନ୍ତୁ ସ୍ଥିତି ପରଖିବା ଅନୁଧ୍ୟାନ କରିବା ସହ ଘଟଣା ସ୍ଥଳ ରେ ଦୁଇଟି ଟ୍ରାକ କେମେରା ଲଗାଇ ତଦନ୍ତ ଚଲାଇ ଥିବା ଜଣା ପଡିଛି|.

ଏନେଇ ବନ ସଂରକ୍ଷଣ ଅଧିକାରୀ ରୁଦ୍ର ପ୍ରସାଦ ରଥ କହିଛନ୍ତି ଏହା ଏକ ମହାବଳ ବାଘ ର ପାଦ ଚିହ୍ନ ବୋଲି ଅନୁମାନ କରାଯାଉଛି ।କିନ୍ତୁ ଆମେ ଦୁଇଟି ସ୍ଥାନ ରେ ଟ୍ରାକ କ୍ୟାମେରା ଲଗାଇଛୁ ଏହା ମାଧ୍ୟମରେ ଫୋଟ ଉତ୍ତୋଳନ କରି ସଠିକ୍ ଭାବେ ତାହା ଜଣାପଡ଼ିବ। ବିଭାଗୀୟ ପକ୍ଷରୁ ଅଞ୍ଚଳ ର ଜନସାଧାରଣ ଙ୍କୁ ଅନୁରୋଧ ସନ୍ଧ୍ୟା ୬ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ ଘରୁ ବାହାରକୁ ଆସିବେ ନାହିଁ।ବନ ବିଭାଗ କର୍ମଚାରୀ ମାନେ ପେଟ୍ରୋଲିଂ କରିବେ ଏବଂ ଆସନ୍ତା କାଲି ଠାରୁ ଅଧିକ ସ୍କ୍ୱାର୍ଡ ଟିମ ପହଞ୍ଚି ଗତି ବିଧି ଅନୁଧ୍ୟାନ କରାଯିବ ବୋଲି ସୂଚନା ଦିଆଯାଇଛି