You are currently viewing ରେକୀ ମିଶନର ୧୮ ତମ ମହା ଶିଶୂପର୍ବ ଆସନ୍ତା ମାର୍ଚ୍ଚ ୨୧,୨୨ ଓ ୨୩ ରେ ଅନୁଷ୍ଠିତ ହେବ ।
ରେକୀ ମିଶନର ୧୮ ତମ ମହା ଶିଶୂପର୍ବ ଆସନ୍ତା ମାର୍ଚ୍ଚ ୨୧,୨୨ ଓ ୨୩ ରେ ଅନୁଷ୍ଠିତ ହେବ ।

କଟକ : ରେକୀ ମିଶନ,ଓଡ଼ିଶା ତଥା ଆରଏମ ସ୍କୁଲର ବହୁ ପ୍ରତିଷ୍ଠିତ ୧୮ ତମ ମହା ଶିଶୁପର୍ବ ଆସନ୍ତା ମାସ ମାର୍ଚ୍ଚ ୨୧,୨୨ ଓ ୨୩ ରେ ଅନୁଷ୍ଠିତ ହେବ ଏହା ମିସନର ପ୍ରତିଷ୍ଠାତା ପୂଜ୍ୟ ବିଜ୍ଞାନୀ ଗୁରୁ ଶ୍ରିସନ୍ଥ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ଜଣେଇଛନ୍ତି । ଏହି ପର୍ବ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ୪୨ ମୌଜା, କୁଲସରିଚୁଆଁ ସ୍ଥିତ ଆରଏମ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହେବ । ସେ କହିଛନ୍ତି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ମଧ୍ୟରେ ଲୁଚି ରହିଥିବା ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବା ପାଇଁ ଏ ଆୟୋଜନ,ମାର୍ଚ୍ଚ ୨୧ ଓ ୨୨ ରେ ପିଲା ମାନଙ୍କ ମଧ୍ୟରେ ଗଳ୍ପ ଲିଖନ, ଚିତ୍ରାଙ୍କନ,ନୃତ୍ୟ,ସଙ୍ଗୀତ ଭଳି ଅନେକ ପ୍ରତିଯୋଗିତା କରାଯିବା ସହ ମାର୍ଚ୍ଚ ୨୩ ରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ବିଜେତା ମାନଙ୍କୁ ବହୁ ଜ୍ଞାନୀ,ମାନି ଓ ବିଜ୍ଞାନୀ ମାନଙ୍କ ଉପସ୍ଥିତିରେ ସମ୍ମାନିତ କରାଯିବ ବୋଲି କହିଛନ୍ତି । ଏହି ପ୍ରତିଯୋଗିତା ପାଇଁ କଟକ ସଦର ତଥା ଆଖ ପାଖ ଅଂଚଳର ପାଖା ପାଖି ୧୩୦ ଟି ସ୍କୁଲ ଛାତ୍ର,ଛାତ୍ରୀ ମାନଙ୍କୁ ନିମନ୍ତ୍ରଣ କରାଯିବା ସହ, ପ୍ରତିଯୋଗିତା ରେଜିଷ୍ଟ୍ରେସନ ପତ୍ର ବଣ୍ଟା ଯାଉଛି । ଏହିବର୍ଷ ଏହି କାର୍ଯ୍ୟକ୍ରମ ପାଇଁ ମନ୍ତ୍ରୀ,ଲୋକ ପ୍ରତିନିଧି,ବରିଷ୍ଠ ଆଇଏଏସ ଓ ଆଇପିଏସ ମାନଙ୍କୁ ଅତିଥି ରୂପେ ଡାକିବା ପାଇଁ ସ୍ଥିର କରା ଯାଇଛି ବୋଲି କାଜ୍ୟକ୍ରମ ସଂଯୋଜକ ଭାରତ ଭୂଷଣ ରାୟ କହିଛନ୍ତି । ଏହି ପ୍ରତିଯୋଗିତାରେ ପ୍ରତିଦିନ ଶତାଧିକ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି, ଏପରିକି ପିଲାମାନେ କେବଳ ପରୀକ୍ଷା ବୋର୍ଡ ଛଡ଼ା ଅନ୍ୟ କିଛିବି ଜିନିଷ ପ୍ରତିଯୋଗିତା ସ୍ଥଳକୁ ଆଣିବାକୁ ମନା କରାଯାଇଛି । ଏପରିକି ଖାଦ୍ୟ,ପାନୀୟ ସହ ପିଲାମାନଙ୍କର ପ୍ରତିଯୋଗିତା ପାଇଁ ଆବଶ୍ୟକ ହେଉଥିବା ସମସ୍ତ ପେପର,କଲମ, ପେନସିଲ,କଟର ଓ ରବର୍ ମଧ୍ୟ ଆୟୋଜକଙ୍କ ତରଫରୁ ଯୋଗାଇ ଦିଆଯିବ ବୋଲି କାର୍ଯ୍ୟକ୍ରମ୍ ସ୍କୁଲର ସଂଯୋଜକ ଆରପି ସିଂହ କହିଛନ୍ତି । ସ୍କୁଲର ରିନୋଭେଶନ କାମ ପାଇଁ ଆମର ଏବର୍ଷ ଶିଶୁପର୍ଵ ଟିକେ ଡେରିରେ ଆୟୋଜନ ହେଲେ ବି ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଆମେ ଏହି ଶିଶୁ ମେଳିକୁ ଧୁମ୍ ଧାମରେ ପାଳନ କରିବାରେ କୌଣସି ଅବହେଳା କରିବୁ ନାହିଁ ବୋଲି ଗୁରୁଶେନା ମୁଖ୍ୟ ବାପି ବରାଳ କହିଛନ୍ତି । ପୂଜ୍ୟ ଗୁରୁ ଶ୍ରୀସନ୍ଥଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ହେଉ ଥିବା ଏହି କାର୍ଯ୍ୟକ୍ରମର ସମ୍ପୂର୍ଣ ଦାୟିତ୍ଵ ଭାରତ ଭୂଷଣ ରାୟଙ୍କୁ ଦିଆ ଯାଇଥିବା ବେଳେ,ତାଙ୍କୁ ଏହି କାମରେ ଆଶ୍ରମର ସମସ୍ତ ଗୁରୁଶେନା ଓ ସକ୍ତିଶେନା ମାନେ ପୂର୍ଣ୍ଣ ସହଯୋଗ କରିବା ସହ,ସ୍କୁଲ ର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିବେ ବୋଲି ଗୁରୁ ଶ୍ରୀଶନ୍ଥ ସାମ୍ବାଦିକ ମାନଙ୍କୁ ଜଣାଇଛନ୍ତି ।