You are currently viewing ନୂଆ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଯୋଗଦେଲେ ବିଧାୟକ ।
ନୂଆ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଯୋଗଦେଲେ ବିଧାୟକ ।

ସୋରଡା,୯/୧୨ ରାଜ୍ୟ ସରକାର ଶିକ୍ଷା ସହିତ ବୌଦ୍ଧିକ ବିକାଶ ପାଇଁ ଅନେକ ସମୟରେ ଅନେକ ଯୋଜନା କରି ଯୁବ ପିଢ଼ି ତଥା ଛାତ୍ର ଛାତ୍ରୀଙ୍କୁ ନୂଆଁ ଦିଶା ଦେଖାଇବାରେ ସହାୟତା କରିଥାନ୍ତି।ସେହିପରି ଚଳିତ ବର୍ଷର ଏକ ଅନନ୍ୟ ଯୋ ଜନା ହେଉଛି ନୂଆଁ ଓଡ଼ିଶା ଯୁବ ଓଡ଼ିଶା ବା ଆଇ ୱଇ ଡ଼ି ପି।ଯାହାକି ଛାତ୍ର ଛାତ୍ରୀଙ୍କ ଭିତରେ ରହିଥିବା ଲୁକ୍କାୟିତ ପ୍ରତିଭାକୁ ବିକାଶ ପାଇଁ ସଂଗଠିତ କରି ଗ୍ରୁପ ଗ୍ରୁପ କରି ସାହାର୍ଯ୍ୟ ସାମର୍ଥ୍ୟ ଓ ବିକାଶ ପାଇଁ ସେମାନଙ୍କ ପ୍ରତିଭାର ବିକାଶ କରିବା ପାଇଁ ଚେଷ୍ଟା କରିବା ଉଦ୍ଦେଶ୍ୟରେ ଆଜି ପ୍ରକାଶ ଚନ୍ଦ୍ର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସାମାଜିକ ସଚେତନ ତଥା ପରିବେଶକୁ ସୁରକ୍ଷିତ ରଖିବା ଆଦି ସହିତ ନୂଆ ଓଡ଼ିଶା ନବୀନ ଓଡ଼ିଶା ସଂଯୋଜକ ଶ୍ରୀ ରୋହିତ କୁମାର ବିଷୋୟୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଅଛି। ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଭାବେ ବିଦ୍ୟାଳୟର ଅଧ୍ୟକ୍ଷ ସଂଯୁକ୍ତା କୁମାରୀ ପଣ୍ଡା ଏହି ସମସ୍ତ ଆୟୋଜନ କରିଥିବା ବେଳେ ଶ୍ରୀମତୀ ସସ୍ମିତା ପଣ୍ଡା,ରାଜେଶ ପାତ୍ର, ଜଗଦୀଶ ପାତ୍ର,ଏଲିଜା ପଟ୍ଟନାୟକ,ନିନୀ ପାଢ଼ୀ, ଗୋପାଳ କୃଷ୍ଣ ଦାସ, ମହେନ୍ଦ୍ର ପାଢ଼ୀ ବିନୋଦ ଡାକୁଆ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସହ ବିଦ୍ୟାଳୟର ସମସ୍ତ ବିଦ୍ୟ।ର୍ଥୀ ଉପସ୍ଥିତ ରହି ବିଭିନ୍ନ ପରିବେଶ ସଚେତନ ଧର୍ମୀ ସ୍ଲୋଗାନ ଦେଇ କାଳି ମନ୍ଦିର ସାହି,ମଠ ସାହି,ବଡ଼ ଖଦାଲ ସାହି, ପାର୍କ ସାହିରେ ଜାଇଥିବା ବେଳେ ପଞ୍ଚାନନ କାମ୍ୟ ଦଣ୍ଡ ମନ୍ଦିର ବା କୃଷ୍ଣ ଲୀଳା ପାର୍ଟି ଓ ରାମଲୀଳା ପାର୍ଟି ବରଡ଼ି କାଳି ମନ୍ଦିର ଓ ବିଜୁ ଶିଶୁ ଉଦ୍ୟାନ ପରିସର ସହିତ ପିକନିକ ସ୍ଥଳ ଆଦିରେ ସଫେଇ କରି ସମାଜକୁ ସ୍ୱଚ୍ଛ ବାତାବରଣର ସନ୍ଦେଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଓ ଏନ୍ ଏ ସି ଅଧ୍ୟକ୍ଷ ଶିଵ ଶଙ୍କର ପଣ୍ଡା,ଆସ୍କା ସମବାୟ ବ୍ୟାଙ୍କ ସୋରଡ଼ା ନିର୍ଦ୍ଦେଶକ ବସନ୍ତ କୁମାର ସ୍ୱାଇଁ ପହଞ୍ଚି ଉଛହିତ କରିଥିଲେ।