ଟାଙ୍ଗରପାଲି, ସୁନ୍ଦରଗଡ଼ ୫।୭: ବର୍ଷ ବର୍ଷ ଧରି ମିଳିପାରିନି ସ୍ଥାୟୀ ଜମିପଟ୍ଟା । ଯାହାଫଳରେ ଲୋକଙ୍କୁ ବିଭିନ୍ନ କ୍ଷେତ୍ରରେ ଅସୁବିଧା ଭୋଗିବାକୁ ପଡୁଛି। ଏହିପରି ଅଭିଯୋଗଟିଏ ଆସିଛି ଟାଙ୍ଗରପାଲି ତହସିଲ ଅଧୀନ ଦଲଦଲି ଗ୍ରାମରୁ ଗ୍ରାମର ୬୭ ପରିବାର ଏହିପରି ଅଭିଯୋଗ ଆଣି ତହସିଲଦାରଙ୍କ ଦ୍ବାରସ୍ଥ ହୋଇ ସେମାନଙ୍କୁ ପଟ୍ଟା ପ୍ରଦାନ ଦାବି କରିଛନ୍ତି ଦୀର୍ଘ ବର୍ଷରୁ ସେମାନେ ସରକାରୀ ଜମିରେ ଘର କରି ବସବାସ କରିଆସୁଛନ୍ତି। ସରକାରଙ୍କ ମୁତାବକ ସେମାନେ ପ୍ରତି ବର୍ଷ ଏ ବାବଦକୁ ଜରିମାନା ଟଙ୍କା ମଧ୍ୟ ଜମା କରୁଛନ୍ତି। ତଥାପି ସେମାନଙ୍କୁ ଜମିର ମାଲିକାନା ମିଳିପାରିନାହିଁ। ସରକାର ଭୂମିହୀନଙ୍କୁ ୪ ଡିସିମିଲଜମିର ମାଲିକାନା କରିବାକୁ ଘୋଷଣା କରିଥିଲେ ମଧ୍ୟ ପ୍ରାଶାସନିକ ଅବହେଳା ହେତୁ ଅଦ୍ୟାବଧି ସେମାନଙ୍କୁ ଜମିପଟ୍ଟା ମିଳିପାରିନାହିଁ। ଫଳରେ ସେମାନଙ୍କ ମଧ୍ୟ ଅସନ୍ତୋଷ ଦେଖାଦେଛି। ଦଲଦଲି ଗ୍ରାମର ୬୭ ପରିବାର ଟାଙ୍ଗରପାଲି ତହସିଲଦାରଙ୍କୁ ଏ ବିଷୟରେ ଜଣାଇ ନିଜ ଜମି ପଟ୍ଟା ପ୍ରଦାନ କରିବାକୁ ଦାବି କରିଛନ୍ତି।
IJB news
Nilakantha pradhan
