ଖଲ୍ଲିକୋଟ : 16/12 ଦୀର୍ଘ ଦିନ ହେଲା ଖଲ୍ଲିକୋଟ ବ୍ଲକ ର ବିଭିନ୍ନ ପଂଚାୟତ 5ଗୋଟି ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ି ଥିବା ବେଳେ ବିଧାୟିକା ଙ୍କ ଉଦ୍ୟମ କ୍ରମେ ଉକ୍ତ ରାସ୍ତା ଗୁଡିକ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ନିଷ୍ପତି ନେଇଥିଲା |ତଦନୁଯାୟୀ ଶନିବାର ଦିନ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣୀ ବୈଦ୍ୟ ଏହି ସବୁ ରାସ୍ତା ଗୁଡିକ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ଜଣାପଡିଛି | ଖଲ୍ଲିକୋଟ ବ୍ଲକ ର କେଶପୁର ପଂଚାୟତ ର ଚିଲିକା ର ଅଭ୍ୟନ୍ତର ରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୁ ସଂଯୋଗ କରୁଥିବା 16 ନମ୍ବର ଜାତୀୟ ରାଜପଥ ଠାରୁ ଗୋପକୁଦା -442.51 ଲକ୍ଷ, ଜାତୀୟ ରାଜପଥ 16 ଠାରୁ କଙ୍କେଇ – ଆଲପୁର – 448.21 ଲକ୍ଷ, ବାଲୁକେଶ୍ବରପୁର ଠାରୁ ବାଟଗାଁ -252.8 ଲକ୍ଷ, ବାଣିଆ ଠାରୁ ମେଦିପୁର ଭାୟା ଏନ. ସଉରାପଲ୍ଲୀ 215.19 ଲକ୍ଷ, ସ|ବୁଳିଆ ଠାରୁ ଜଗନ୍ନାଥ ପାଟଣା 284.97 ଲକ୍ଷ, କୁରିଝରଣା ଭାୟା ତେନ୍ତୁଳିଆପଲ୍ଲୀ -452.29 ଲକ୍ଷ ଟଙ୍କା ସମେତ ମୋଟ 2095.25 ଲକ୍ଷ ଟଙ୍କା ଖର୍ଚ ରେ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ( ଟ୍ରିପ ) ଯୋଜନା ରେ ଏହି ସବୁ ରାସ୍ତା ନିର୍ମାଣ ହେବ |

ଉକ୍ତ ରାସ୍ତା ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଭ୍ୟ ବିନାୟକ ଜାଲ୍ଲୀ, କେଶପୁର ସରପଞ୍ଚ ବିଚିତ୍ର ଜାଲ୍ଲୀ, ଜିଲ୍ଲା ଯୁବ ଉପ ସଭାପତି ବିକାଶ ପ୍ରଧାନ, ସମିତି ସଭ୍ୟ ଉଲ୍ଲାସ ପରିଡା, ସମାଜସେବୀ ସୁରେନ୍ଦ୍ର ପ୍ରଧାନ, ପୂର୍ବତନ ସମିତି ସଭ୍ୟ ବାବୁଲା ପରିଡା, ବ୍ଲକ ଯୁବ ବିଜେଡ଼ି ସଭାପତି ଦୟାନିଧି ସାହୁ, ବ୍ଲକ ମହିଳା ବିଜେଡ଼ି ସଭାନେତ୍ରୀନେତ୍ରୀ ମିତାଞ୍ଜଳି ମିଶ୍ର ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ର ସହ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ମିଶ୍ର ଓ କନିଷ୍ଠ ଯନ୍ତ୍ରୀ ବିଶ୍ୱ ରଞ୍ଜନ ବେହେରା ଓ ପୂର୍ବତନ ସରପଞ୍ଚ ବ୍ରଜ କିଶୋର ସ୍ୱାଇଁ ପ୍ରମୁଖ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ |

ଏହି ରାସ୍ତା ଗୁଡିକ ସମେତ ଗୋପାକୁଦା ରାସ୍ତା ନିର୍ମାଣ ନେଇ ଅଞ୍ଚଳ ବାସୀମାନେ ଖୁସି ବ୍ୟକ୍ତ କରିଛନ୍ତି |
(ରିପୋର୍ଟ :ମାଧବ ବେହେରା ଖଲ୍ଲିକୋଟ )
..
