ରମ୍ଭା, ତା. ୨୦. ୧୦. ୨୪. ରିଖ,
ଗଞ୍ଜାମ ବ୍ଳକର ରାମଗଡ଼ ପଞ୍ଚାୟତର ଗଜପତି ନଗରର ବାସିନ୍ଦା ଗୌରୀଶଙ୍କର ବେହେରା ଓଏଏସ ପାଇଛନ୍ତି l
l ଯାହା ଗଞ୍ଜାମ ବ୍ଳକ ପାଇଁ ଆଣିଛନ୍ତି ଗୌରବ l ପିତା ଉଜ୍ୱଳ ବେହେରା,ମାତା ପୁଷ୍ପଲତା ବେହେରାଙ୍କ ପୁଅ ଗୌରୀଶଙ୍କର ଚଳିତ ଓଡିଶା ପ୍ରଶାସନିକ ସେବା (ଓପିଏସ ) ପରୀକ୍ଷାରେ 478ରେଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି l ପିଲାଟି ବେଳୁ ମେଧାବୀ ଛାତ୍ର ଥିବା, ଗୌରୀଶଙ୍କର ସୁବଳୟା ଗୋପାଳକୃଷ୍ଣ ହାଇସ୍କୁଲ ରେ ମ୍ୟାଟ୍ରିକ ଟପ୍ପର ହୋଇଥିଲେ l ରେଭେନ୍ସା ବିଶ୍ୱବିଦ୍ୟାଳୟରେ
,ଯୁକ୍ତଦୁଇ ଓ ଯୁକ୍ତ ତିନି ପାଠ ପଢି ପ୍ରଥମଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ l ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପବ୍ଲିକ ଆଡିମିନଷ୍ଟିଭ କୋର୍ସରେ ପିଜି କରିଥିଲେ lଏହି ସଫଳତା ପାଇଁ ଭଗବାନ ପରେ ବାପା, ମାଆ,ଓ ସାନଭାଇ ଦୁର୍ଗାପ୍ରସାଦ ଏବଂ ଶିକ୍ଷକ, ଶୁଭେଛୁଙ୍କୁ ସମର୍ପିତ କରିଛନ୍ତି l,ନିଷ୍ଠା, ଏକାଗ୍ରତା ଓ ସମୟାନୁ ବର୍ତ୍ତିତା, ରହିଲେ ସଫଳତା ମିଳେ ବୋଲି କହିଛନ୍ତି l
ଭବିଷ୍ୟତରେ ଶିକ୍ଷାର ବିକାଶ ଏବଂ ଦୁର୍ନୀତିମୁକ୍ତ ସ୍ଵଛ ପ୍ରଶାସନ ତାଙ୍କର ପ୍ରଥମିକତା ରହିବା ସହ ସେବାକୁ ଗୁରୁତ୍ୱ ଦେବେ ବୋଲି କହିଛନ୍ତି l ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଛି l
