ତାରିଖ: 24.09.2024
ପୁରୁଷୋତ୍ତମପୁର
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ କନଫରେନ୍ସ ହଲ ପରିସର ରେ ମଙ୍ଗଳବାର ଦିନ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ରେ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ଅନଷ୍ଠିତ ହୋଇସାରିଛି।ଏଥିରେ ଏଡିଏମଜେନେରାଲ.ଛତ୍ରପୁରପୁରୁଷୋତ୍ତମପୁରବ୍ଲକବିଡ଼ିଓ ମନୋଜ ନାୟକ, ,ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, ଏଇଈ ସରୋଜ କୁମାର ସାବତ ,ଏବିଡ଼ି ନିରାକାର ଜେନା ଉପସ୍ଥିତ ରହି ପଞ୍ଚାୟତ ଗୁଡ଼ିକ ର ସାମାଜିକ ସମୀକ୍ଷା,ଉତ୍ତରଦାୟିତ୍ୱ ଓ ସ୍ବଚ୍ଛତା ସମିତି ଉପରେ ପର୍ଯ୍ୟାଲୋଚନା ହୋଇଥିଲା।ବ୍ଲକ ର 26 ଗୋଟି ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ଜିଲ୍ଲା ପରିଷଦ ସଦସ୍ୟ ଭଜମାନ ବେହେରା, ରଞ୍ଜିତ କୁମାର ବେହେରା, ପିଙ୍କିନାୟକ , ସମସ୍ତ ଜିଆରଏସ, ସମସ୍ତ ପିଇଓ ସଦସ୍ୟ ଉପସ୍ଥିତ ଥିଲେ। ସମସ୍ତ ସରପଞ୍ଚ, ସମିତି ସଦସ୍ୟ ମାନେ ବିଭିର୍ଣ୍ଣ ବିଷୟରେ ପ୍ରଶ୍ନ ପଚାରି ଥିଲେ | ଏହା ଉପରେ ବିଡ଼ିଓ ମନୋଜ କୁମାର ନାୟକ ବିଭିର୍ଣ୍ଣ ବିଭାଗର ପିଇଓ ଙ୍କୁ ତାର ଉତ୍ତର ରଖିବାଜୁ କହି ସମାଧାନ କରିଥିଲେ |
