You are currently viewing ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛତ୍ରପୁରର ନୂତନ ପ୍ରଧାନାଚାର୍ଯ୍ୟଙ୍କ ଦାୟିତ୍ୱ ଗ୍ରହଣ
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛତ୍ରପୁରର ନୂତନ ପ୍ରଧାନାଚାର୍ଯ୍ୟଙ୍କ ଦାୟିତ୍ୱ ଗ୍ରହଣ

ଛତ୍ରପୁର ତା ୨୦/୬/୨୬(ଅରୁଣ କୁମାର ପଣ୍ଡା )ସ୍ଥାନୀୟ ଶ୍ରୀରାମ ନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ନୂତନ ପ୍ରଧାନାଚାର୍ଯ୍ୟ ଭାବରେ ଟି.ସୁରେଶ କୁମାର ଆଚାରୀଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ନୂତନ ପ୍ରଧାନାଚାର୍ଯ୍ୟ ଟି ସୁରେଶ କୁମାର ଆଚାରୀ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭାପତି ପଦ୍ମଚରଣ ସାହୁ ଅଧ୍ୟକ୍ଷତ। କରିଥିଲେ । ପୂର୍ବତନ ପ୍ରଧାନାଚ଼।ର୍ଯ୍ୟ ରବୀନ୍ଦ୍ର ନାଥ ଦାଶ , ସମ୍ପାଦକ ସନ୍ତୋଷ କୁମାର ସାହୁ, ସହ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, ଉପସଭାପତି ଗୀତ। ପାଢୀ , ସଦସ୍ୟ ରାମପ୍ରସାଦ ପଟ୍ଟନାୟକ, ସଦସ୍ୟା ସୂନିତା ସେଠୀ , ଆଚ଼ାର୍ଯ୍ୟ ପ୍ରତିନିଧି ମନୋରଂଜନ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ

। ସୂଚନା ଅନୁସାରେ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଯୋଜନା ପ୍ରକାରେ ପୂର୍ବତନ ପ୍ରଧାନାଚାର୍ଯ ରବୀନ୍ଦ୍ରନାଥ ଦାଶଙ୍କ ଖଲିକୋଟ ସ୍ଥାନନ୍ତର ହୋଇଥିଲା । ଛତ୍ରପୁରର ନୂତନ ପ୍ରଧାନ ଆଚାର୍ଯ୍ୟ ଭାବରେ ଟି.ସୁରେଶ କୁମାର ଆଚାରୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ସଭାରେ ପୂର୍ବତନ ପ୍ରଧାନାଚ଼ାର୍ଯ୍ୟ ରବୀନ୍ଦ୍ରନାଥ ଦାଶଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯିବା ସହ ନୂତନ ପ୍ରଧାନ ଆଚାର୍ଯ୍ୟ ଭାବରେ ଟି .ସୁରେଶ କୁମାର ଆଚାରୀଙ୍କୁ ଦାୟିତ୍ୱ ଗ୍ରହଣର ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉତ୍ସବରେ ସମସ୍ତ ଗୁରୁଜୀ ଗୁରୁମା ମଉସା ମାଉସୀ ଉପସ୍ଥିତ ଥିଲେ ।