You are currently viewing ରାମାୟଣ ନାଟକରେ ଅଶ୍ଲୀଳତା ଘଟଣାରେ ଏତଲା।
ରାମାୟଣ ନାଟକରେ ଅଶ୍ଲୀଳତା ଘଟଣାରେ ଏତଲା।

ଦିଗପହଣ୍ଡି:୧୮/୧୧(ଶିବ ପ୍ରସାଦ ରଥ)
ଦିଗପହଣ୍ଡି ଥାନା ମୌଳାଭଞ୍ଜା ଗ୍ରାମରେ ଆୟୋଜିତ ବାଦି ରାମାୟଣ ନାଟକରେ ଅଶ୍ଳୀଳତାକୁ ବିରୋଧ କରି ମଙ୍ଗଳବାର ଗଞ୍ଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘ ପକ୍ଷରୁ ଥାନାରେ ଲିଖିତ ଏତଲା ଦିଆଯାଇଛି। ସୂଚନା ପ୍ରକାରେ ସାନଖେମୁଣ୍ଡି ବ୍ଲକହିଁ ମୌଳାଭଞ୍ଜା ଗ୍ରାମ ଯାତ୍ରାରେ ଆୟୋଜିତ ୨ ଥଳ ରାମାୟଣ ନାଚ ପରିବେଷଣ ସମୟରେ ଅଶ୍ଲୀଳତା ଓ ଅପସଂସ୍କୃତି ସୀମା ଲଙ୍ଘିଥିବା ଜଣାପଡ଼ିଛି। ହିନ୍ଦୁ ଧର୍ମର ପବିତ୍ର ରାମାୟଣ କଥା ବସ୍ତୁ ଉପରେ ଲିଖିତ ପୌରାଣିକ ନାଟକକୁ କଦର୍ଯ୍ୟ କରି ପରିବେଷଣ କରାଯାଇଥିଲା। ବହୁ ମାତ୍ରାରେ ଅଶ୍ଲୀଳତା ଓ ଅପସଂସ୍କୃତି ପରିବେଷଣ ବିରୋଧରେ ଅଭିଯୋଗ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି ଗଞ୍ଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘ । ସଂଘର ସଭାପତି ରାଜଗୋପାଳ ପାଢ଼ୀଙ୍କ ନେତୃତ୍ୱରେ ଏକ ଟିମ ମଙ୍ଗଳବାର ସକାଳେ ଦିଗପହଣ୍ଡି ଥାନାରେ ପହଂଚି ହିନ୍ଦୁ ମାନଙ୍କ ପବିତ୍ର ଧର୍ମଗ୍ରନ୍ଥ ରାମାୟଣରେ କିଭଳି ରାବଣ ଚରିତ୍ରରେ ଅଭିନୟ କରୁଥିବା ବ୍ୟକ୍ତି ମଞ୍ଚ ଉପରେ ବେଦମତି ହରଣ ନାଁ ରେ କିଭଳି ଉତ୍ତେଜିତ ଦୃଶ୍ୟ କରି ଶହ ଶହ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ସହ ଓଡ଼ିଆ ସଂସ୍କୃତିକୁ କଳୁଷିତ କରିଛନ୍ତି। ଲକ୍ଷାଧିକ ଟଙ୍କା ନେଇ ଆସୁଥିବା ଆଇଟମ ଗାର୍ଲଙ୍କ ଅଧା ଲଙ୍ଗଳା ଉତ୍ତେଜକ ନୃତ୍ୟ ଯୁବସମାଜକୁ ପଥଭ୍ରଷ୍ଟ କରୁଥିବା ନେଇ ମଧ୍ୟ ଏତଲାରେ ଦର୍ଶାଯିବା ସହିତ କାର୍ଯ୍ୟକ୍ରମ କୁ ଆୟୋଜନ କରିଥିବା କମିଟି,ରାବଣ ଭୂମିକାରେ ଅଭିନୟ କରୁଥିବା ଚରିତ୍ର ଏବଂ ଦୁଇ ରାମାୟଣ ଦଳର ଗୁରୁଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏତଲାରେ ଉଲ୍ଲେଖ ରହିଛି । ଏନେଇ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ସଭାପତିଙ୍କ ସହ ସୁଶାନ୍ତ ପଟ୍ଟନାୟକ, ସପନେଶ୍ୱର ପ୍ରଧାନ,ଅରୁଣ କୁମାର ପଣ୍ଡା ଓ ଆଇନଜୀବୀ ପରେଶ ଚନ୍ଦ୍ର ରଥ ପ୍ରମୂଖ ଉପସ୍ଥିତ ଥିଲେ ।